ଲକ୍ଷାଧିକ ଟଙ୍କା ସମେତ ବହୁମୂଲ୍ୟ ଜିନିଷପତ୍ର ଲୁଟିଲେ ଲୁଟେରା

ହିଂଜିଳିକାଟୁ,  (ଶେଷଦେବ ସାହୁ) : ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ଗଂଜାମ ଜିଲ୍ଲା ହିଂଜିଳିକାଟୁ ପୌରାଂଚଳର ପରିବା ବଜାର ପରିସରରେ ଥିବା ୯ ଟି ଦୋକାନରୁ ଲୁଟେରା ମାନେ ଦୋକାନ ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ବହୁ ମୂଲ୍ୟ ଟଙ୍କାର ଜିନିଷପତ୍ର ଲୁଟି ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ସୁନାବେଶ ଦେଖିବା ପାଇଁ ସହର ଚଳଚଂଚଳ ହୋଇ ପଡ଼ିଥିବା ବେଳେ ଥାନା ଠାରୁ ମାତ୍ର ଶହେ ମିଟର ଦୂରରେ ଅବସ୍ଥିତ ପରିବା ବଜାର ପରିସରରେ ଥିବା ୯ ଟି ଦୋକାନରୁ ଲୁଟ ଘଟଣା ପରେ ପୋଲିସର ପାରିବାପଣ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଲୁଟେରା ମାନେ ପୋଲିସକୁ ଖୋଲା ଚ୍ୟାଲେଂଜ କରି ଲୁଟିବାରେ ସକ୍ଷମ ହୋଇଛନ୍ତି । ପ୍ରକାଶ ଯେ, ହିଂଜିଳିକାଟୁ ସହରର ଶନିବାର ସାପ୍ତାହିକ ହାଟରେ ଭଲ ବ୍ୟବସାୟ ହୋଇଥାଏ । ଶନିବାର ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅନୁଷ୍ଠିତ ହେଉଥିବା ଯୋଗୁଁ ସାରା ସହର ଚଳଚଂଚଳ ହୋଇ ଉଠିଥିଲା । ବିଳମ୍ବିତ ରାତିରେ ଲୁଟେରା ମାନେ ସ୍ଥାନୀୟ ପରିବା ବଜାର ପରିସରରେ ଥିବା ୯ ଟି ଦୋକାନର ଚାବି ଭାଙ୍ଗି ଲକ୍ଷାଧିକ ଟଙ୍କା ସମେତ ବହୁ ମୂଲ୍ୟ ଟଙ୍କାର ଜିନିଷପତ୍ର ଲୁଟ୍ କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ । ପରିବା ବବଜାର ସ୍ଥିତ ବିଭୂତି ସାବତଙ୍କ ଆଳୁ ଗୋଦାମରୁ ୩୭ ହଜାର ଟଙ୍କା, କିରଣ ବୁକ୍ ଷ୍ଟୋରରୁ ୧୫ ହଜାର ଟଙ୍କା ସମେତ ଅନ୍ୟାନ ଜିନିଷପତ୍ର, ଅକ୍ଷୟ ସାବତଙ୍କ ଚପଲ ଦୋକାନରୁ ୨୪ ଶହ ଟଙ୍କା ସମେତ ବହୁ ମୂଲ୍ୟ ଟଙ୍କାର ଜୋତା ଓ ମୋଜା, ତ୍ରିଲୋଚନ ପାତ୍ରଙ୍କ ଜେନେରାଲ ଷ୍ଟୋରରୁୂ ବହୁ ମୂଲ୍ୟବାନ ଜିନିଷପତ୍ର, ଦିନବନ୍ଧୁ ସାବତଙ୍କ ଆଳୁ ଗୋଦାମ, ପ୍ରଦିପ ପାତ୍ରଙ୍କ କିରାଣୀ ଦୋକାନରୁ ୫ ହଜାର ଟଙ୍କା ଓ ଅନ୍ୟାନ ମୂଲ୍ୟବାନ ସାମଗ୍ରୀ, ବିଜୟ ସାବତ ଓ ରାଜୁ ସାବତଙ୍କ ଦୋକାନରୁ ମଧ୍ୟ ଟଙ୍କା ଚୋରୀ ହୋଇଯାଇଛି । ଲୁଟେରା ମାନେ ଦୋକାନ ମଧ୍ୟରୁ କ୍ୟାସ ପେଢି ଭାଙ୍ଗି ଟଙ୍କା ନେଇଯାଇଥିବା ବେଳେ ଖୁଚୁରା ଟଙ୍କା ଛାଡ଼ି ଯାଇଛନ୍ତି ଓ କ୍ୟାସ ପେଢିକୁ ଦୋକାନ ବାହାରେ ଫୋପାଡ଼ି ଫେରାର ହୋଇ ଯାଇଛନ୍ତି । ଏ ନେଇ ହିଂଜିଳି ଥାନାରେ ଏକ ମାମଲା ରୁଜୁ କରି ଡେପାଲିସ ଘଟଣାର ତଦନ୍ତ ଚଳାଇଛି । ଘଟଣା ନେଇ ହିଂଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କୁ ପଚାରିବାରୁ ସେ କହିଲେ ଶ୍ରୀଜଗନ୍ନାଥଙ୍କ ସୁନାବେଶ କାର୍ଯ୍ୟକ୍ରମ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କାର୍ଯ୍ୟକ୍ରମ ଚାଲିଥିବବା ଯୋଗୁଁ ଶାନ୍ତି ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ସକାଶେ ପୋଲିସ ବାହିନୀ ସଂପୃକ୍ତ ସ୍ଥାନରେ ନିୟୋଜିତ ରହିଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ଲୁଟ କରିବାରେ ସକ୍ଷମ ହୋଇଛନ୍ତି । ସ୍ଥାନୀୟ ଥାନା ଅଂଚଳରେ ରାତ୍ରିକାଳୀନ ପେଟ୍ରୋଲିଂ କଡ଼ାକଡ଼ି କରିବା ସହ ଲୁଟେରାଙ୍କୁ ଗିରଫ କରିବାକୁ ବ୍ୟବସାୟୀ ମାନେ ଦାବୀ ଜଣାଇଛନ୍ତି । ପ୍ରକାଶ ଥାଉକି, ଗତ ମାସରେ ହିଂଜିଳି ଥାନା ସିକିରି, ରାମଚନ୍ଦ୍ରପୁର, ପଥରପୁଂଜି ଓ ସ୍ଥାନୀୟ ସହରରର ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପ୍ରକୋଷ୍ଠ ସମେତ ବିଭିନ୍ନ ସ୍ଥାନରୁ ଲୁଟେରା ମାନେ ପ୍ରାୟ ୫୦ ରୁ ଉଦ୍ଧ୍ୱର୍ ଭରିୀ ଓଜନର ସୁନା ଓ ରୂପା ଅଳଙ୍କାର ସମେତ ଲକ୍ଷାଧ୍ଖଳ ଟଙ୍କା ଓ ଅନ୍ୟାନ ଘରକରଣା ସାମଗ୍ରୀ ଲୁଟ କରି ଫେରାର ହୋଇ ଯାଇଥିବା ବେଳେ ଉକ୍ତ ଘଟଣାରେ ୪ ଜଣ ବ୍ୟକ୍ତିକୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ମାତ୍ର ୬ ଭରି ଓଜନର ସୁନା ଜବତ କରିବାରେ ସକ୍ଷମ ହୋଇଥିଲା । ସ୍ଥାନୀୟ ଥାନା ଅଂଚଳରେ ବାରମ୍ବାର ଚୋରୀ ହେଉଥିବା ବେଳେ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କ, ପୋଲିସ ପ୍ରଶାସନ ପ୍ରତି ବିଶ୍ୱାସ ତୁଟିବାରେ ଲାଗିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ