ପୋଲସରା ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ପୋଲିସ ଥାନା ଆନୁକୂଲ୍ୟରେ ଶୁକ୍ରବାର ଦିନ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୧୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଏହି କାର୍ଯ୍ୟକ୍ରମକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ବ୍ରହ୍ମପୁର ରକ୍ତ ଭଣ୍ଡାରର ଡାକ୍ତର ଓ କର୍ମଚାରୀ ବୃନ୍ଦ ଯୋଗଦେଇ ୧୫୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ।ପ୍ରଥମେ ଆଇଆଇସି ଶ୍ରୀ ମଲିକ ରକ୍ତ ଦାନକରି ଶୁଭାରମ୍ଭ କରିଥିଲେ।ଆମ ପୋଲିସ ସମିତି ଓ ପୋଲସରା ଯୁବକ ବୃନ୍ଦ ଉତ୍ସାହିତ ହୋଇ ରକ୍ତଦାନ କରିଥିବା ଦେଖିବାକୁ ମିଳିଥିଲା। ଅନ୍ୟମାନଙ୍କ ମଧ୍ୟରେ ପୁରୁଷୋତ୍ତମପୁର ଏସଡ଼ିପିଓ ସୀମା ସ୍ଵାଇଁ ଓ ଆଇଆଇସି ଜଗନ୍ନାଥ ମଲିକ, କୋଦଳା ଆଇଆଇସି ଦେବାଶିଷ ମହାନ୍ତି, କବିସୂର୍ଯ୍ୟନଗର ଆଇଆଇସି ପ୍ରଭାତ କୁମାର ସାହୁ,ଅଗ୍ନିଶମ ବିଭାଗ କର୍ମଚାରୀ, ଅଶୋକ କୁମାର ବିଷୋୟୀ, ପ୍ରତାପ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟା ସସ୍ମିତା ତାରାଇ, ସୁଜାତା ସାହୁ, ନିରଞ୍ଜନ ସାହୁ, ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ