ଗଜପତି ଜିଲ୍ଲାପାଳଙ୍କୁ ପ୍ରଂଶସା କରିଲେ ଜେନାଖୋଲ ଗ୍ରାମବାସୀ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲାରେ ବିଭିନ୍ନ ଗ୍ରାମ ଗୁଡିକରେ ସମସ୍ୟା ଲାଗି ରହିଥିବା ବେଳେ କିଛି ଜାଗାରେ ସମସ୍ୟାର ସମାଧାନ ଦେଖିବାକୁ ମିଳିଛି । ଯେପରିକି ଜିଲ୍ଲାର ଏସପି ସାରା ଶର୍ମା ଲୋକଙ୍କ ସାହାର୍ଯ୍ୟର ହାତବଢାଇ ବିଭିନ୍ନ ସଚେତନତା କରିଚାଲିଛନ୍ତି ଏବଂ ଲୋକେ ତାଙ୍କୁ ସମ୍ମାନ ଦେଉଛନ୍ତି । ସେଭଳି ଜିଲ୍ଲାପାଳ ଅନୁପମ ସାହା ମଧ୍ୟ ଗରିବ ଙ୍କୁ କାମ, ପକ୍କାଘର, ପିଇବା ପାଣି ଏପରିକି କରୋନାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରୟାସ ଜାରି ରଖିଛନ୍ତି । ହେଲେ ଏଥି ମଧ୍ୟରୁ ଏପରି ଏକ ଗ୍ରାମରେ ଜିଲ୍ଲାପାଳଙ୍କୁ ମନେପକାଉଛନ୍ତି ୫ ପରିବାର । ମୋହନା ବ୍ଳକର ମଳାସପଦର ପଂଚାୟତ ପଦ୍ମପୁର ଠାରୁ ମାତ୍ର ୨ କି.ମି ଦୁର କାଚା ରାସ୍ତାରେ ଗଲେ ପଡିଥାଏ ଜେନାଖୋଲ ଗ୍ରାମ । ଏହି ଗ୍ରାମକୁ ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ଯେଉଁ ସମୟରେ ମୋହନା ବିଧାୟକ ଥିଲେ ସେହି ସମସୟରେ ଉକ୍ତ ଗ୍ରାମ ଗୁଡିକୁ ଚାଲି ଚାଲି ପରିଦର୍ଶନ କରି ଦୁଃଖ ବୁଝୁଥିଲେ । ଗତ ବର୍ଷ ଏପ୍ରିଲ ମାସରେ ଜିଲ୍ଲାପାଳ ଅନୁପମ ସାହାଙ୍କ ସହୟତାରୁ ୫ ପରିବାରଙ୍କୁ ସୋଲାର ଯୋଗେ ବିଦ୍ୟୁତ ସଂଯୋଗ ଦିଆଯାଇଛି । ଏପରିକି ସେମାନଙ୍କୁ ବାର୍ଦ୍ଧକ୍ୟ ଭତା,ରାସନ ସାମଗ୍ରୀ ଆଦି ଯୋଗାଇ ଛନ୍ତି । କିନ୍ତୁ ଏଠାରେ ପିଇବା ପାଇଁ ଏକ ନଳକୂପ ଥିଲେ ମଧ୍ୟ ତାହା ପାଣି ଭଲ ନଆସୁଥିବା ଯୋଗୁଁ ସେମାନେ ପୁଣି ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛନ୍ତି ଯେ, ପାଣି ଟୋପେ ଯୋଗାଇ ଦେବା ପାଇଁ । ସେମାନଙ୍କ ମୁଖ୍ୟ ରୋଜଗାର ହେଉଛି ବଗଡରେ ୫ ପରିବାର ୧୨ରୁ ଉର୍ଦ୍ଧ୍ୱ ଏକର ଜମିରେ ମକ୍କା, କାନ୍ଦୁଲ, ଡଙ୍ଗେଇ ରାଣି, ଆଦି ବିଭିନ୍ନ ବନ୍ୟଜାତ ଫସଲ ଉଦଭାବନ କରନ୍ତି । ହେଲେ ଜିଲ୍ଲାପଳ ଏଥିପ୍ରତି ଚାଷ ପାଇଁ କିଛି ବିହନ ଆଦି ସହଯୋଗ କରନ୍ତେ ଆହୁରି ଅନେକ ଚାଷ କରିବୁ ବୋଲି ୫ ପରିବାର କହିଛନ୍ତି । ତାହା ସହ ଜିଲ୍ଲାପାଳଙ୍କୁ ବହୁତ ବହୁତ ପ୍ରଂଶସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ