ମେମୁ ଟ୍ରେନରୁ ଯୁବତୀଙ୍କ ଠାରୁ ଲୁଟ କରିଥିବା ଆନ୍ଧ୍ରର ଦୁଇ ଚୋର ଗିରଫ

ପାରଳାଖେମୁଣ୍ଡି  (ତାରିଣୀ ପ୍ରସାଦ ପଣ୍ଡା): ଗୁଣୁପୁର-ପାରଳାଖେମୁଣ୍ଡି -କଟକ ଯାଉଥିବା ମେମୁ ଟ୍ରେନରେ ଗଜପତି ଜିଲ୍ଲାର କାଶୀନଗର ରେଳ ଷ୍ଟେସନରେ ପରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କୁ ଛୁରୀ ଦେଖାଇ 2 ଜଣ ଆନ୍ଧ୍ର ଦୁର୍ବୁତ୍ତ ମୋବାଇଲ ଲୁଟ କରି ଚାଲି ଯାଇଥିଲେ. ଏହି ଘଟଣାଟି ଭୋର 4 ଘଣ୍ଟା ବେଳେ ଘଟିଥିଲା. ଏହି ସମୟରେ ଟ୍ରେନରେ ଅନ୍ୟ ଯାତ୍ରୀଙ୍କ ଭିଡ଼ ନ ଥିବାରୁ ଭିଡ଼ ନ ଥିବା ସୁଯୋଗରେ ଦୁର୍ବୁତ୍ତମାନେ ଏଭଳି ଚୋରି କରିଥିଲେ। ଏହି ଘଟଣା ପରେ କାଶୀନଗର ପୋଲିସ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ କରି ଆନ୍ଧ୍ରରୁ କାବିଟି ନିଖିଳେସ ଓ ଭାସ୍କର ରାଓ 2 ଜଣଙ୍କୁ ପୋଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ଚୋରି ମୋବାଇଲ ଉଦ୍ଧାର କରିଥିଲେ. ଗତକାଲି ଏହି 2 ଜଣ ଚୋରଙ୍କୁ ପାରଳାଖେମୁଣ୍ଡି କୋୖର୍ଟକୁ ଚାଲାଣ କରାଯାଇଥିବା କାଶୀନଗର ଥାନା ଅଧିକାରୀ ତ୍ରିନାଥ ସେଠୀ ସୂଚନା ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ