ଜାତୀୟ ରାଜପଥ ପାଲଟିଛି ମରଣ ଯନ୍ତା

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟ ତଥା କେନ୍ଦ୍ର ସରକାର ଗମନା ଗମନ ନିମନ୍ତେ ବହୁ ଟଙ୍କା ପାଣି ଭଳି ଖର୍ଚ୍ଚ କରି ରାସ୍ତା ନିର୍ମାଣ କରୁଛନ୍ତି । କିନ୍ତୁ ଏହାକୁ କିଛି ଅସାଧୁ ବ୍ୟକ୍ତି ଘରର ଅବର୍ଜନା ପାଣି ଛାଡିବା ସହ ରାସ୍ତାକୁ ଖୋଳି ଦେଇଛନ୍ତି । ଏଭଳି ଅଘଟଣ ଦେଖିବାକୁ ମିଳୁଛି ବ୍ରହ୍ମପୁର ଠାରୁ ରାୟଗଡା ଯାଉଥିବା ଜାତୀୟ ରାଜପଥ ୩୨୬ ମୋହନା ହାଇସ୍କୁଲ ଛକ, ମୁଖ୍ୟ ବଜାର ଠାରେ କିଛି ଘରର ମାଲିକ ନିଜ ଘରର ଭଡା ଦେଇ ଘରର ଅବର୍ଜନା ପାଣି ମୁଖ୍ୟ ରାସ୍ତାକୁ ଛାଡି ଦେଉଛନ୍ତି । ଯାହା ଫଳରେ ରାସ୍ତାରେ ରାସ୍ତା ଖୋଳି ହେବା ସହ ପାଣି ଜମି ରହୁଥିବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ହନ୍ତସନ୍ତ ହେବାକୁ ପଢୁଛି । ଏପରିକି ନିଜ ପରିବାରକୁ ଧରି ବାହାର ଗାଁକୁ ଯାତ୍ରା କରୁଥିବା ବେଳେ ଖାଲରେ ଗାଡି ପଡି ଦୁର୍ଘଟଣାର ଶିକାର ହୋଇଛନ୍ତି । ଗତକାଲି ବାଇକ ଯୋଗେ ନିଜ ପରିବାକୁ ଧରି ଫେରୁଥିବା ବେଳେ ହାଇସ୍କୁଲ ଛକ ଠାରେ ରାସ୍ତାର ଖାଲରେ ଗାଡି ପଡି ଗୁରୁତ ହୋଇଥିଲେ ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିଲା । ଏଭଳି ଅନେକ ବାର ଦୁର୍ଘଟଣା ଘଟୁଛି କିନ୍ତୁ ଏହା ପ୍ରତି ପ୍ରଶାସନ ନଜର ପଡୁନାହିଁ ବୋଲି ଦୁର୍ଘଟଣାର ସ୍ୱିକାର ହୋଇଥିବା ଲୋକମାନେ କହିଛନ୍ତି ତେଣୁ ଏହାକୁ ତୁରନ୍ତ ମରାମତି କରିବା ସହ ଉକ୍ତ ଘର ମାଲିକମାନଙ୍କ ନାମରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଅଂଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ