ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଡ୍ରେନେଜ୍ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟର ତଦାରଖ କଲେ
ଛତ୍ରପୁର, (ଓ୍ବାଇଏନ୍ଏସ୍):ଛତ୍ରପୁର ଏନଏସି ର ୧୩ନଂ ୱାର୍ଡ ଅନ୍ତର୍ଗତ ରାମନଗର ପ୍ରଥମ ଲାଇନ ସ୍ଥିତ ଜାତୀୟ ରାଜପଥ କୁ ସଂଯୋଗ ରାସ୍ତାରେ ଦୀର୍ଘଦିନ ହେଲା ପାଣି ଜମି ରହିଥିବା ଫଳରେ ସାହି ବାସିନ୍ଦା ମାନେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହ ସାମାନ୍ୟ ବର୍ଷା ହେଲେ ବର୍ଷା ପାଣି ମଧ୍ୟ ନିଷ୍କାସନ ନହୋଇ ରାସ୍ତାରେ ଭାସୁଛି । ଏହାର ସୂଚନା ପାଇ ଛତ୍ରପୁର ଏନଏସିରେ ନୂତନ ଭାବେ ଗତ କିଛି ଦିନ ହେଲା ଯୋଗଦେଇଥିବା କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଷ ବାବୁ ସୋମବାର ଅପରାହ୍ନରେ ୫ଟାରେ ସେହି ଅଂଚଳ ବୁଲି ଅନୁଧ୍ୟାନ କରିଥିଲେ । ଏହାସହ ପାଣି କିପରି ନିଷ୍କାସନ ହୋଇପାରିବ ଏବଂ ରାସ୍ତାରେ ଜମି ରହିଥିବା ପାଣି କିପରୀ ବାହାରକୁ ଡ୍ରେନେଜ୍ ମାଧ୍ୟମରେ ଯିବ ସେଥି ନିମନ୍ତେ ଏନଏସି ପରିମଳ ନିରୀକ୍ଷକ ଗୈାରୀହରି ପଣ୍ଡାଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ । ପ୍ରଥମେ ଏନଏସି ପକ୍ଷରୁ ପାଣି ଜିମି ରହିଥିବା ରାସ୍ତାରେ ମାଟି ପକାଇ ତାହାକୁ ସମତୁଲ କରାଯିବ । ପରେ କିପରୀ ପାଣି ନିଷ୍କାସନ ହେବ ସେଥି ନିମନ୍ତେ କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ମିଳିଛି ।ସୂଚନା ଯୋଗ୍ୟ ଯେ ଜୁନ -୧ ତାରିଖ ଦିନ ଛତ୍ରପୁର ଏନଏସି ର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏନ୍.ଗଣେଷ ବାବୁ ଯୋଗଦେବା ଦିନ ଠାରୁ ଛତ୍ରପୁର ଏନଏସି ଲୋକମାନେ କିପରୀ କରୋନା ସଂକ୍ରମଣ ରୁ ଦୂରେଇ ଏବଂ ସୁରକ୍ଷିତ ରହିବେ ସେଥି ନିମନ୍ତେ ଦିନରାତି ଏକ କରି କାର୍ଯ୍ୟକରିଆସୁଛନ୍ତି । କରୋନା ମୁକାବିଲା ରେ ସେ ଜଣେ କରୋନା ଯୋଦ୍ଧା ଭଳି ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏନଏସି ର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଏନଏସିର ସମସ୍ତ କର୍ମଚାରୀଙ୍କ ସହାୟତାରେ ଜିଲ୍ଲାପ୍ରଶାସନ ର ସମସ୍ତ ଗାଇଡ ଲାଇନ କିପରୀ ଲୋକମାନେ ପାଳନ କରି ଘରେ ସୁରକ୍ଷିତ ରହିବେ ସେଥି ନିମନ୍ତେ ମଧ୍ୟ କାର୍ଯ୍ୟ ସୁଚାରୁପେ ତୁଲାଇଆସୁଛନ୍ତି ।