ବ୍ରହ୍ମପୁରରେ ତୃତୀୟ ଦିନରେ ଜାରି ରହିଛି ଥର୍ମାଲ୍ ଟେଷ୍ଟିଂ

ବ୍ରହ୍ମପୁର (ଅନିଲ କୁମାର): କରୋନା ଭୂତାଣୁ ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଆବାଳବୃଦ୍ଧବନିତାଙ୍କ ସମେତ କେତେକ ସ୍ଥାନରେ ପଶୁ ମଧ୍ୟ କରୋନା ଭୂତାଣୁରେ ସଂକ୍ରମଣ ହୋଇଥିବା ନଜିର ରହିଛି । ଏହି ପରିପ୍ରେକ୍ଷୀରେ ବିଶ୍ୱର ବିଭିନ୍ନ ଦେଶରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଚାଲିଥିବା ବେଳେ ପୃଥିବୀର ପ୍ରାୟ ସମସ୍ତ ଦେଶ ଏକ ପ୍ରକାର ବନ୍ଦ ହୋଇ ରହିଛି । ଏଥିରୁ ମୁକ୍ତି ପାଇବା ପାଇଁ କେବଳ ମୁଖ୍ୟ ମାଧ୍ୟମ ହେଲା ସାମାଜିକ ଦୂରତା ଓ ସ୍ୱଚ୍ଛତା । ଏହି ଧାରାରେ ସରକାର ବିଭିନ୍ନ ପଦକ୍ଷେପ ମାନ ନେବା ସହ ଚଳିତ ମାସ ୧୫ ତାରିଖରୁ ୧୭ ତାରିଖ ୩ ଦିନ ଧରି ଏଏନ୍‌ଏମ୍ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନୱାଡି ଓ ଆଶାଦିଦି ମାନଙ୍କୁ ନେଇ ଥର୍ମାଲ୍ ପରୀକ୍ଷା ସମେତ ଘରକୁ ଘର ଯାଇ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ଏହି ଧାରାରେ ଗତ ୩ ଦିନ ହେଲା ଉପରୋକ୍ତ କର୍ମଚାରୀମାନେ ଘରକୁ ଘର ଯାଇ ଯାଂଚ କରୁଥିବା ବେଳେ ବ୍ରହ୍ମପୁର ସହରର ବିଭିନ୍ନ ୱାର୍ଡ ଅନ୍ତର୍ଗତ ସମସ୍ତ ସାହିର ଘରକୁ ଘର ବୁଲି ଯାଂଚ କରୁଥିବା ଦେଖିବାକୁ ମିଳିଛି । ପ୍ରବାସୀ ଶ୍ରମିକଙ୍କ ଲାଗି ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବୃଦ୍ଧି ପାଇବା ଫଳରେ ଗଞ୍ଜାମ ଜିଲ୍ଲାପାଳ ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାକୁ ୧୯ ଘଣ୍ଟିଆ ସଟ୍‌ଡାଉନ୍ ଘୋଷଣା କରିଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୋନା ପ୍ରବଣ ଜିଲ୍ଲା ଗୁଡିକରେ ପ୍ରତ୍ୟେକ ଶନିବାର ଓ ରବିବାର ୪୮ ଘଣ୍ଟିଆ ସଟ୍‌ଡ଼ାଉନ୍ ଘୋଷଣା କରାଯାଇଛି । ଏହା ସତ୍ୱେ ମଧ୍ୟ କିଛି ଅମାନିଆ ରାସ୍ତା ଘାଟରେ ବୁଲୁଥିବା ବେଳେ କେତେକ ବ୍ୟବସାୟୀ ନିଜର ବ୍ୟବସାୟ ମଧ୍ୟ ବେଆଇନ ଭାବେ ଖୋଲା ରଖି ଦଣ୍ଡ ଭୋଗିଥିବା ନଜିର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ