ଦୁର୍ବୁତ୍ତଙ୍କ ଛୁରାମାଡରେ ଠିକାଦାର ଗୁରୁତର
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥ।।ନା ଅନ୍ତର୍ଗତ ଗୋଚ୍ଛାବାଡି ଗ୍ରାମରେ ଜଣେ ଠିକାଦାରଙ୍କୁ ଆଜି ରାତି ପ୍ରାୟ ୮ ଟା ସମୟରେ ଛୁରାମାଡ ହୋଇଛି । ଛୁରାମାଡରେ ଠିକାଦାର ଗୁରୁତର ଆହାତ ହୋଇଛନ୍ତି । ଆହାତ ଠିକାଦାରଙ୍କ ପରିଚୟ ଗଣ୍ଡାଧର ଗ୍ରାମର ବିରୁପାକ୍ଷ ନାୟକ ବୋଲି ଜଣାପଡିଛି । ଆହାତଙ୍କୁ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ମେଡିକାଲରେ ଭର୍ତ୍ତିକରାଯାଇ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ ବ୍ରହ୍ମପୁର ବଡମେଡିକାଲକୁ ସ୍ଥାନାନ୍ତରି୍ତ କରାଯାଇଛି । ସଡକ ନିର୍ମାଣ କାର୍ଯ୍ୟକୁ କେନ୍ଦ୍ରକରି ଠିକାଦାରଙ୍କୁ ଛୁରାମାଡ ହୋଇଥିବା ଅନୁମାନ କରାଯାଉଛି । ଜଗନ୍ନାଥପ୍ରସାଦ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


