‘ଆଚ୍ଛା’ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ମୁନିସିପାଲଟିର ୧ ନଂ ଓ ୨ ନଂ ୱାର୍ଡରେ ଦୁଷିତ ପାଣି ପୁିଇ ଦୁଇ ଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ୫୦ ରୁ ଉଦ୍ଧ୍ୱର୍ ଲୋକ ରୋଗରେ ଆକ୍ରାନ୍ତ ଅଛନ୍ତି । ଏହି ବାବଦରେ ସ୍ଥାନୀୟ ସ୍ୱେଚ୍ଛାସେବୀ ‘ଆଶା’ ସଂଗଠନ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିବା ସଙ୍ଗେ ସଙ୍ଗେ ଲିଖିତ ଆକାରରେ ପ୍ରଦାନ କରିଛନ୍ତି । ଏଥିରେ ଉଲ୍ଲେଖ ଅଛି ଯେ, ସ୍ୱତନ୍ତ୍ର ମେଡିକାଲ ଟିମ୍ ଗଠନ କରି ଦୁଇଟି ୱାର୍ଡକୁ ପଠାଯାଇ ତାଙ୍କର ଚିକିତ୍ସାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସଂଗଠନର ସଭାପତି ଦାବି କରିଛନ୍ତି । ଏହା ତୁରନ୍ତ କାର୍ଯ୍ୟକାରୀ ହେବ ବୋଲି ଜିଲ୍ଲା ଚିକିତ୍ସାଧିକାରୀ ପ୍ରତିଶୃତି ଦେଇଛନ୍ତି । ଏହା ‘ଆଚ୍ଛା’ର ସଭାପତି ବିସ୍ମିତ ରଞ୍ଜନ ଦାସ ଏକ ପ୍ରେସକୁ ବିବୃତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ