ଗଲୱାନ ସମ୍ପୂର୍ଣ୍ଣ ଭାରତର

ଲେହ: ଗଲୱାନ ଉପତ୍ୟକାକୁ ନିଜର ବୋଲି ପୁନର୍ବାର ଦାବି କରୁଥିବା ଚୀନକୁ ଜବାବ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ଅମିନ ଗଲୱାନ । ତାଙ୍କ ଅଣଜେଜେ ଗୁଲାମ ରସୁଲ ଗଲୱାନ ଏହି ନଦୀ ତଥା ଉପତ୍ୟକାକୁ ୧୮୯୦ ଦଶକରେ ଆବିଷ୍କାର କରିଥିଲେ ଏବଂ ବ୍ରିଟିଶ ଶାସକ ତାଙ୍କ ନାମାନୁସାରେ ଉପତ୍ୟକାର ନାମକରଣ କରିଛନ୍ତି । ତେଣୁ ଗଲୱାନ ସମ୍ପୂର୍ଣ୍ଣ ଭାବେ ଭାରତର ଏବଂ ଚୀନ ଏହାକୁ ନିଜର ଦାବି କରିବା ହାସ୍ୟାସ୍ପଦ ବୋଲି ଅମିନ କହିଛନ୍ତି । ଏହି ଉପତ୍ୟକା ସହିତ ତାଙ୍କର ପାରିବାରିକ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି । ଅମିନ କହିଛନ୍ତି ଯେ ରସୁଲ ପିଲାବେଳୁ ଦୁଃସାହସିକ ଅଭିଯାନରେ ଧୁରନ୍ଦର ଥିଲେ । ୧୮୯୨-୯୨ ରେ ଭ୍ରମଣରେ ଆସିଥିବା ଜନୈକ ବ୍ରିଟିଶ ଅଧିକାରୀ ରାସ୍ତା ଭୁଲିଯିବା ପରେ ରସୁଲ ତାଙ୍କୁ ଏଠାରୁ ଉଦ୍ଧାର କରିଥିଲେ । ଏକ କ୍ଷୁଦ୍ର ନଦୀ ବା ଜଳଧାନ ଦେଇ ତାଙ୍କୁ ଉଦ୍ଧାର କରିବା ପରେ ସମ୍ପୃକ୍ତ ବ୍ରିଟିଶ ଅଧିକାରୀ ରସୁଲଙ୍କ ନାମ ଅନୁସାରେ ଏହି ସ୍ଥାନର ନାମ ଗଲୱାନ ରଖିଥିଲେ । ପରେ ରସୁଲ ସାର ୟଙ୍ଗ ହସବାଣ୍ଡଙ୍କ ପ୍ରସିଦ୍ଧ ଦୁଃସାହିକ ଅଭିଯାନରେ ସାମିଲ ହୋଇ ତାଙ୍କୁ ମାର୍ଗଦର୍ଶନ କରିଥିଲେ । ବ୍ରିଟିଶ ଅମଳରେ ସରକାରୀ ଭେଜେଟ ଓ ସ୍ଥାନୀୟ ରାଜସ୍ୱ ଖାତା ଖତିଆନାରେ ଏହାର ପ୍ରମାଣ ନିହିତ ରହିଛି । ଏଭଳି ସ୍ଥିତିରେ ଗଲୱାନ ଉପତ୍ୟକା ଉପରେ କିଭଳି ଚୀନ ଅଧିକାର ଦାବି କରୁଛି ବୋଲି ସେ ପ୍ରଶ୍ନ କରିଛନ୍ତି । ରସୁଲ ଗଲୱାନଙ୍କର ଜଣେ ନାତି ଗୁଲାମ ନବି ଗଲୱାନା ମଧ୍ୟ ସମାନ ତଥ୍ୟ ଦେଇଛନ୍ତି । ଚୀନ ସହିତ ଲଦାଖର କୌଣସି ପ୍ରତ୍ୟକ୍ଷ ସୀମା ନାହିଁ, ଏହା ତିବବତ ସହିତ ସଂଲଗ୍ନ ବୋଲି ସେ ଦର୍ଶାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ