ମଣିପାଲ ଏକାଡେମିର ୱାର୍ଲ୍ଡ ରେପୁଟେସନ ର‌୍ୟାଂକିଙ୍ଗରେ ଭାରତ ତୃତୀୟ

ମଣିପାଲ ଏକାଡେମିର ୱାର୍ଲ୍ଡ ରେପୁଟେସନ ର‌୍ୟାଂକିଙ୍ଗ ରେ ଆଖିଦୃଷ୍ଟିଆ ଉନ୍ନତୀ, ଭାରତରେ ତୃତୀୟ ଶ୍ରେଷ୍ଠ
ର‌୍ୟାଂକିଙ୍ଗ ରେ ଟାଇମସ୍ ହାୟର ଏଜୁକେସନ୍ ପକ୍ଷରୁ ଘୋଷଣା କରାଯାଇଥିବା ୱାର୍ଲ୍ଡ ରେପୁଟେସନ ମଣିପାଲ ଏକାଡେମି ଅଫ ହାୟର ଏଜୁକେସନର ର‌୍ୟାଂକିଙ୍ଗ ଗତ ବର୍ଷର ୭୦୪ ରୁ ୪୧୯ କୁ ଉନ୍ନତୀ ହୋଇଛି । ଏହା ସହ ବାଙ୍ଗାଲୁର ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନସ୍ ଏବଂ ଆରଆଇଟି ମାଡ୍ରାସ ପଛରେ ଭାରତରେ ତୃତୀୟ ଶ୍ରେଷ୍ଠ ଅନୁଷ୍ଠାନଭାବେ ସ୍ଥାନ ପାଇଛି । ନଭେମ୍ବର ୨୦୧୯ରେ ଓ ଫେବୃଆରୀ ୨୦୧୯ ମଧ୍ୟରେ କରାଯାଇଥିବା ଏହି ସର୍ଭେ ୧୩୫ ଟି ଦେଶରେ ୧୧୫୫୪ ଜଣ ମତଦାତା ଙ୍କୁ ନେଇ କରାଯାଇଥିଲା । ଏହି ରେପୁଟେସନ ର‌୍ୟାଂକିଙ୍ଗ ଶିକ୍ଷାନୁଷ୍ଠାନଙ୍କର ଶିକ୍ଷଣ ଓ ସନ୍ଧର୍ଭ କୁ ନେଇ କରାଯାଇଥିଲା । ଶିକ୍ଷଣରେ ମଣିପାଲ ଏକାଡେମୀ ୪୧୪ ଓ ସନ୍ଧର୍ଭରେ ୪୫୮ ର‌୍ୟାଂକିଙ୍ଗରେ ସ୍ଥାନ ପାଇଅଛି । ଡଃ ଏଚ ବିନୋଦ ଭଟ୍ଟ, ମଣିପାଲ ଏକାଡେମୀର କୁଳପତି କହିଛନ୍ତି, “ବିଗତ ପାଂଚ ବର୍ଷର ପ୍ରଚେଷ୍ଟା ଯୋଗୁ ମଣିପାଲ ବିଶ୍ୱର ଶ୍ରେଷ୍ଠ ୫୦୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇପାରିଛି ଏହି ଶ୍ରେୟ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଙ୍କୁ ଯାଇଛି । ଏହାକୁ ୨୦୨୦ ରେ ଅହୁରି ଉନ୍ନତ କରିବା ପାଇଁ ଆମେ ଚେଷ୍ଟା କରିବୁ ।” ଏ ବର୍ଷ ମଣିପାଲ ଏନଆଇଆର ଏବଂ ର‌୍ୟାଂକିଙ୍ଗରେ ମଧ୍ୟ ଯଥେଷ୍ଟ ଉନ୍ନତି ଆଣି ଶ୍ରେଷ୍ଠ ୧୦ ମଧ୍ୟରେ ସା୍ଥନ ପାଇଛି । ଏତଦ୍ବ୍ୟତିତ କ୍ୱାକ୍ୱାରେଲ୍ଲି ସାଇମଣ୍ଡସ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଂକିଙ୍ଗ ୨୦୨୦ରେ ମନିପାଲ ୭୦୧ ରୁ ୭୫୦ ଗ୍ରୁପ ମଧ୍ୟରେ ସ୍ଥାନ ପାଇଛି । ସୂଚନାଯୋଗ୍ୟ, ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍ର ପୃଥିବୀର ୫୭ଟି ରାଷ୍ଟ୍ରରେ ୨୮,୦୦୦ରୁ ଅଧିକ ଶିକ୍ଷାର୍ଥୀ ଅଛନ୍ତି । ଏହା କର୍ଣ୍ଣାଟକ ଉଡ଼ୁପି ଜିଲାରେ ଅବସ୍ଥାପିତ । ଏହାର ଫାକ୍ୟୁଲିଟି ସଂଖ୍ୟା ୨୫୦୦ ଥିବାବେଳେ ଅନ୍ୟ ସହଯୋଗୀ କର୍ମଚାରୀଙ୍କ ସଂଖ୍ୟା ୧୦,୦୦୦ ରହିଛି । ଏହାର କ୍ୟାମ୍ପସ୍ ମାଙ୍ଗାଲୋର, ବାଙ୍ଗାଲୋର୍, ଦୁବାଇ, ମେଲାକା ଆଦିଠାରେ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ