ଆସିଲା କରୋନା ଔଷଧ ‘କୋଭିଫର’

ନୂଆଦିଲ୍ଲୀ: ଆମେରିକୀୟ କମ୍ପାନୀ ‘ଗିଲିଡ ସାଇନ୍ସ’ ଦ୍ୱାରା ପ୍ରସ୍ତୁତ କରୋନା ଔଷଧ ‘ରେମଡେସିଭିର’ର ଜେନେରିକ ଭର୍ସନ ହାଇଦ୍ରାବାଦ ସ୍ଥିତ ଔଷଧ କମ୍ପାନୀ ‘ହେଟେରୋ’ ପ୍ରସ୍ତୁତ କରୁଛି । ଏହି ଔଷଧର ନାମ ‘କୋଭିଫର’ ରଖାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୫ଟି ରାଜ୍ୟକୁ ଏହି ଔଷଧ ପଠାଯାଇଛି । କମ୍ପାନୀ ୨୦,୦୦୦ ରୁ ଊର୍ଦ୍ଧ୍ବ ଡୋଜ ଦିଲ୍ଲୀ, ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, ତେଲେଙ୍ଗାନା ଆଦି ରାଜ୍ୟକୁ ପଠାଇଛି । ଏହି ଔଷଧର ୧୦୦ ମିଲିଗ୍ରାମ ବିଶିଷ୍ଟ ୧ ଡୋଜର ମୂଲ୍ୟ ୫,୪୦୦ ଟଙ୍କା ରହିଛି । ଆଗାମୀ ୩ ସପ୍ତାହ ମଧ୍ୟରେ ୧ ଲକ୍ଷ ଡୋଜ ଔଷଧ ପ୍ରସ୍ତୁତ କରିବାକୁ କମ୍ପାନୀ ଲକ୍ଷ୍ୟ ରଖିଛି । ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, ଭୋପାଳ, ଇନ୍ଦୋର, କୋଲକାତା, ପାଟନା, ଲକ୍ଷ୍ନୌ, ରାଞ୍ଚି, କୋଚ୍ଚି, ବିଜୟୱାଡା, ଗୋଆ ଓ ଥିରୁଅନନ୍ତପୁରମ ଆଦି ସ୍ଥାନକୁ ଔଷଧ ପଠାଯିବ । ସରକାର ଏବଂ ଡାକ୍ତରଖାନା ଜରିଆରେ ହିଁ ରୋଗୀ ନିକଟରେ ଏହି ଔଷଧ ପହଞ୍ଚିବ । ମେଡିକାଲ ଷ୍ଟୋରରେ ଏହା ଉପଲବ୍ଧ ହେବ ନାହିଁ । ଔଷଧ ପ୍ରସ୍ତୁତକାରୀ କମ୍ପାନୀ ସପ୍ନା ମଧ୍ୟ ଏହି ଔଷଧ ପ୍ରସ୍ତୁତ ନିମନ୍ତେ ଆମେରିକୀୟ କମ୍ପାନୀ ଗିଲିଡ ସାଇନ୍ସ ସହ ଚୁକ୍ତି କରିଛି । ସିପ୍ନା ୫୦୦୦ ଟଙ୍କାରୁ କମ୍‍ ମୂଲ୍ୟରେ ଏହି ଔଷଧ ଉପଲବ୍ଧ କରାଇବ ବୋଲି ଦାବି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ