ପୁଣି ଏକ ଆତଙ୍କବାଦୀ ହାମଲା କରିବା ପାଇଁ ଯୋଜନା କରୁଛି ଲଶ୍କର

(ଯୁଗାବ୍ଦ ନ୍ୟୁଜ) ଭାରତ ରେ ପୁଣି ଏକ ଆତଙ୍କବାଦୀ ହାମଲା କରିବା ପାଇଁ ଷଡଯନ୍ତ୍ର ରଚୁଛି ଲଶ୍କର-ଏ-ତୋଇବାକ           ଓଆଇଏସ  ଆଫଗାନିସ୍ଥାନରେ ଅବସ୍ଥିତ ଭାରତ ଏବଂ ଆମେରିକାର ବିଭିନ୍ନ କମ୍ପାନୀକୁ ଏହା ଟାର୍ଗେଟ କରିବାକୁ ଯାଉଛି ବୋଲି ଜଣାପଡିଛି । ହାଫିଜ ସଇଦ ଗିରଫ ହେବା ପରେ ଆତଙ୍କବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଏପରି କିଛି ଆକ୍ରମଣ ପାଇଁ ଆତ୍ମଘାତୀ ଯୋଜନା ପ୍ରସ୍ତୁତ କରୁଛନ୍ତି । ହିନ୍ଦୁସ୍ଥାନ ଟାଇମସର କହିବାନୁସାରେ , ଲଶ୍କର ପ୍ରାୟ ୩୦୦ ଜଣ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଛି । ଏତତ୍ ବ୍ୟତୀତ ୫୦୦ରୁ ଅଧିକ ଆତଙ୍କବାଦୀ କୁନାର ଓ ନନଗରହାର ଅଂଚଳରେ ସକ୍ରିୟ ଅଛନ୍ତି ।।ନିକଟରେ ଲଶ୍କର ଏବଂ ପାକିସ୍ତାନ ସେନା ମଧ୍ୟରେ ଏକ ବୈଠକ ହୋଇଥିଲା । ଏଥିରେ ବିଭିନ୍ନ ଆତ୍ମଘାତୀ ଆକ୍ରମଣ ନେଇ ଆଲୋଚନା ହୋଇଥିଲା । ଏନେଇ ପେଣ୍ଟାଗନରେ ଥିବା ସଂଯୁକ୍ତ ରାଷ୍ଟ୍ର ପ୍ୟାନେଲ ଦ୍ୱାରା ଏକ ରିପୋର୍ଟରେ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ