ଶିକ୍ଷକ ନିଯୁକ୍ତି ଦାବି ରେ ସ୍କୁଲରେ ତାଲା ପକାଇଲେ ଛାତ୍ରାଛାତ୍ରୀ

(ଯୁଗାବ୍ଦ ନ୍ୟୁଜ )ସରକାର ସର୍ବଶିକ୍ଷା ଅଭିଯାନ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଫଳରେ ଛାତ୍ରଛାତ୍ରୀ ମାନେ କିଭଳି ଭାବେ ଗୁଣାତ୍ମକ ଶିକ୍ଷା ପାଇପାରିବେ କିନ୍ତୁ ଅନେକ ଶିକ୍ଷା କେନ୍ଦ୍ରରେ ଦେଖାଯାଉଛି ଏହାର ବ୍ୟତିକ୍ରମ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୁନ୍ଦଳ ପଞ୍ଚାୟତ ଗରଗାଲି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।ସ୍କୁଲ ରେ ଆଠ ଟି ଶ୍ରେଣୀ ଗୃହ ଥିବା ବେଳେ ଶିକ୍ଷକ ଅଛନ୍ତି ମାତ୍ର ୪ଜଣ । ଅନ୍ୟପଟେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ର ପାଟପଢା ରେ ବ୍ୟାଘାତ ହେଉଛି । ଏ ସର୍ମ୍ପକରେ ସ୍କୁଲ ଶିକ୍ଷା କମିଟି ଓ ଜିଲ୍ଲା ଶିକ୍ଷାଧୀକାରୀ ଏବଂ ବିଧାୟକ ଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାଁନ୍ତି ତେଣୁ ଅବିଭାବକ ଓ ଛାତ୍ରଛାତ୍ରୀ ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେ ତାଲା ପକାଇଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ