ବେଲଗୁଣ୍ଠା ଏନ୍ଏସିରେ ସହରାଞ୍ଚଳ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା

ବେଲଗୁଣ୍ଠା, ( ଶିବରାମ ଚୌଧୁରୀ): କୋଭିଡ-୧୯ ଲକ୍ ଡାଉନ, ସଟ୍ ଡାଉନ୍ ଦ୍ୱାରା ବିଭିନ୍ନ ବର୍ଗର ଲୋକମାନେ ପ୍ରଭାବିତ ହୋଇଛନ୍ତି । ଗରିବ ତଥା ଦୈନିକ ମଜୁରିଆମାନଙ୍କ ଆର୍ଥିକ ଅବସ୍ଥା କହିଲେ ନ ସରେ । ସେଥିପାଇଁ ରାଜ୍ୟ ସରକାରଙ୍କ ସେମାନଙ୍କୁ କିଛି ମାତ୍ରାରେ ସହଯୋଗ କରିବା ପାଇଁ ଆରମ୍ଭ କରିଛନ୍ତି ସହରାଞ୍ଚଳ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା । ଏହି ଯୋଜନା ବେଲଗୁଣ୍ଠା ଏନ୍.ଏ.ସିରେ ଆରମ୍ଭ ହୋଇଥିବା ବେଳେ ଏହାର ସଫଳ ରୂପାୟନ ଦାୟିତ୍ୱ ନେଇଛନ୍ତି ସହରର ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ । ବେଲଗୁଣ୍ଠା ଏନ୍.ଏ.ସିର ୧୩ଟି ୱାର୍ଡରେ ମୋଟ ୪୨ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ଅଛି ବୋଲି ପ୍ରକାଶ କରଛନ୍ତି ଅତିରିକ୍ତ ତହସିଲଦାର ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଧରଣୀଧର ବେହେରା ।ସହରରେ ଥିବା ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟ କାନ୍ଥ ଗୁଡିକୁ ଚିତ୍ର ଦ୍ୱାରା ସୌନ୍ଦର୍ଯ୍ୟ କରଣ,ପୋଖରୀ ତଥା ଏହାର ଚାରିପାଖ ସଫା କରିବା,କଲଭର୍ଟ ନିର୍ମାଣ ଆଦି ପ୍ରକଳ୍ପ ପାଇଁ ୧୩ ଟି ୱାର୍ଡରେ ସମୁଦାୟ ୩୬ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିବା ଜଣାପଡିଛି । ଲଟେରୀ ମାଧ୍ୟମରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଦାୟିତ୍ୱ ବଣ୍ଟନ କରାଯାଉଥିବା ବେଳେ ଜଣକୁ ଦୈନିକ ୨୯୮ଟଙ୍କା ମଜୁରୀ ପ୍ରଦାନ କରାଯାଉଛି । ପ୍ରତି ପ୍ରକଳ୍ପର ଅଟକଳ ମୁଲ୍ୟର ୭୦ ପ୍ରତିଶତ ଶ୍ରମିକ ମଜୁରୀ ଏବଂ ୩୦ ପ୍ରତିଶତ ସାମଗ୍ରୀ ଖର୍ଚ ବରାଦ ହେଉଛି ବୋଲି ଜଣାପଡିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ପ୍ରକଳ୍ପର କାର୍ଯ୍ୟ ତଥା ସାଉଥକୋ କାର୍ଯ୍ୟାଳୟ କାନ୍ଥ ଏବଂ ଗୁଡିବନ୍ଧର ସଫେଇ କାର୍ଯ୍ୟ ସମାପ୍ତ ହୋଇଥିବା ପରିଷଦ ସୁତ୍ରରୁ ଜଣାପଡିଛି ।ନିଜ କାର୍ଯ୍ୟକାଳ ଭିତରେ ବେଲଗୁଣ୍ଠା ଏନ୍.ଏ.ସିର ସର୍ବାଙ୍ଗୀନ ଉନ୍ନତି ପାଇଁ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି ଅନ୍ତରୀଣ ନୀର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ