ଭୟଙ୍କର ଦୁର୍ଗ
ମହାରାଷ୍ଟ୍ରର ପୁଣେ ସହରରେ ରହିଛି ଶନିୱାର୍ୱାଡ଼ା ଦୁର୍ଗ । ୧୭୪୬ରେ ଏହା ନିର୍ମାଣ କରାଯାଇଥିଲା । ୧୮୧୮ ମସିହା ପର୍ଯ୍ୟନ୍ତ ଏଠାରେ ମରହଟ୍ଟା ପେଶୱାମାନଙ୍କର ରାଜତ୍ୱ ଥିଲା । ଏହାପରେ ପେଶୱାମାନେ ବ୍ରିଟିଶ୍ମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ । ଏହି ଦୁର୍ଗ ପେଶୱାମାନଙ୍କ ଉନ୍ନତଶୈଳୀର କଳାକୃତି ପାଇଁ ପ୍ରସିଦ୍ଧ ଥିଲା । ତେବେ ଏହି ଦୁର୍ଗରେ ପ୍ରତିଦିନ ରାତିରେ ରହସ୍ୟମୟ ଘଟଣା ଘଟିଥାଏ ବୋଲି ଲୋକେ କୁହନ୍ତି । ଜଣେ ୧୩ ବର୍ଷର ଯୁବରାଜଙ୍କୁ ଏହି ଦୁର୍ଗରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମଧ୍ୟରାତ୍ରିରେ ଏହି ଦୁର୍ଗ ମଧ୍ୟରୁ ଯୁବରାଜଙ୍କ ବିକଳ ଚିକ୍ରାର ଶୁଣିବାକୁ ମିଳେ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ପୂର୍ଣ୍ଣିମା ରାତିରେ ଏଭଳି ଚିକ୍ରାର ଅଧିକ ଜୋରରେ ଶୁଣାଯାଇଥାଏ । କେତେକ ଏହାର ରହସ୍ୟ ଜାଣିବା ପାଇଁ ରାତିରେ ଦୁର୍ଗରେ ରହିଥିଲେ ତେବେ ପରଦିନ ସକାଳେ ସେମାନଙ୍କର ମୃତ ଦେହ ମିଳିଥିଲା । ଏଭଳି ଘଟଣା ବାରମ୍ବାର ଘଟିବାରୁ ଏଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ସତର୍କ ସୂଚନା ବୋର୍ଡ ଲଗାଯାଇଛି ।


