ଜଙ୍ଗସନ ଙ୍କ ମନ୍ତ୍ରୀମଣ୍ଡଳ ରେ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଭାରତୀୟ ମହିଳା
(ଯୁଗାବ୍ଦ ନ୍ୟୁଜ )ବ୍ରିଟେନ ର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ବୋରିସ ଜଙ୍ଗସନ ଙ୍କ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ପାଇବାକୁ ଯାଉଛନ୍ତି ପ୍ରୀତି ପଟେଲ । ସ୍ୱରାଷ୍ଟ୍ର ଭଳି ଗୁରୁତ୍ୱ ପୂର୍ଣ୍ଣ ବିଭାଗରେ ଅବସ୍ଥାପିତ ହେବେ ପ୍ରଥମ ଭାରତୀୟ । ଜଙ୍ଗସନ ଙ୍କ କ୍ୟାବିନେଟ ରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇବେ ବୋଲି ପୂର୍ବରୁ ଅନୁମାନ କରାଯାଉଥିଲା । ପ୍ରୀତି ପ୍ରଥମ ଥର ପାଇଁ ୨୦୧୦ ମସିହାରେ ୱିଟହମ ରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ମଧ୍ୟ ପୂର୍ବତନ ପ୍ରାଧାନ ମନ୍ତ୍ରୀ ଡେଭିଡ କ୍ୟାମେରୁନ ମନ୍ତ୍ରୀମଣ୍ଡଳରେ ନିୟୋଜନ ମନ୍ତ୍ରୀ ଭାବେ କାର୍ଯ୍ୟତୁଲାଇ ସାରିଛନ୍ତି । ୪୭ ବର୍ଷୀୟା ପ୍ରୀତି ଙ୍କ ପୂର୍ବପୁରୁଷ ଗୁଜୁରାଟ ରେ ରହିଆସୁଛନ୍ତି ।


