ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ଗଠିତ
କଟକ (ଜୁଗାବ୍ଦ ନ୍ୟୁଜ୍): ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି କାର୍ଯ୍ୟକାରୀ କମିଟିର ବୈଠକ ସଭାପତି ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ସାରା ଓଡ଼ିଶାର ସମସ୍ତ ପୂର୍ବତନ ୱାର୍ଡ଼ମେମ୍ବର, ପୂର୍ବତନ ନାଏବ ସରପଞ୍ଚ, ପୂର୍ବତନ ସରପଞ୍ଚ, ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପଧ୍ୟକ୍ଷ, ଉପାଧ୍ୟକ୍ଷା ଏବଂ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା, ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ପେନ୍ସନ୍ ପ୍ରଦାନ ସମ୍ବନ୍ଧରେ ସବିଶେଷ ଆଲୋଚନା କରାଯାଇଥିଲା ।
ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି ସରକାର ଗଠନ କଲେ, ପୂର୍ବତନ ୱାର୍ଡ଼ମେମ୍ବରମାନଙ୍କୁ ମାସିକ ୩ ହଜାର ଟଙ୍କା, ପୂର୍ବତନ ନାଏବ ସରପଞ୍ଚମାନଙ୍କୁ ମାସିକ ୭ ହଜାର ଟଙ୍କା, ପୂର୍ବତନ ସରପଞ୍ଚମାନଙ୍କୁ ମାସିକ ୧୧ ହଜାର ଟଙ୍କା , ପୂର୍ବତନ ପଞ୍ଚାୟତ ସମିତି ସଭ୍ୟ, ସଭ୍ୟାଙ୍କୁ ମାସିକ ୧୦ ହଜାର ଟଙ୍କା , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟାମାନଙ୍କୁ ମାସିକ ୧୬ ହଜାର ଟଙ୍କାର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷାମାନଙ୍କୁ ମାସିକ ୧୫ ହଜାର ଟଙ୍କା , ପୂର୍ବତନ ପଞ୍ଚାୟତ ସମିତି ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ମାସିକ ୧୨ ହଜାର ଟଙ୍କା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଅଧ୍ୟକ୍ଷାମାନଙ୍କୁ ମାସିକ ୨୦ ହଜାର ଟଙ୍କା ଏବଂ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ, ଉପାଧ୍ୟକ୍ଷାମାନଙ୍କୁ ମାସିକ ୧୭ ହଜାର ହିସାବରେ ମାସିକ ପେନ୍ସନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି । ଏହି ପେନ୍ସନ୍ ପିଛିଲା ତାରିଖରୁ ଅର୍ଥାତ୍ ସେମାନଙ୍କର କାର୍ଯ୍ୟକାଳ ଶେଷ ହେବାର ପରବର୍ତ୍ତି ମାସରୁ ଲାଗୁ ହେବ ଏବଂ ଆଗାମୀ ଜୁନ୍ ୧ ତାରିଖରୁ ପେମେଣ୍ଟ କରାଯିବ ବୋଲି ‘ଇଣ୍ଡିଆନ୍ ସିଟିଜେନ୍ସ୍ ପାର୍ଟି’ ପକ୍ଷରୁ ଘୋଷଣା କରାଯାଇଛି । ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଳିକ, କୋଷାଧ୍ୟକ୍ଷ ସନାତନ ଗ୍ରହା•ର୍ଯ୍ୟ, ଉପସଭାପତି ସତ୍ୟଜିତ୍ ରାଉତ, ଗୀତାଞ୍ଜଳି ଜେନା, ସଂଯୁକ୍ତା ବେଉରା, ସୁବୋଧ କୁମାର ବେଉରା, ଆଡ଼ଭୋକେଟ ତ୍ରିଲୋଚନ ରାଉତ, ଆଡ଼ଭୋକେଟ ସରୋଜକାନ୍ତ ମଣ୍ଡଳ ଏବଂ ଆଡ଼ଭୋକେଟ ମମତା ମଣ୍ଡଳ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।