ସ୍ନାତକ ମହାବିଦ୍ୟାଳୟର ସଂପାଦକ ପଦବୀକୁ ସରକାରୀ ମଂଞ୍ଜୁରି
ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷତାରେ ତଥା ସଂପାଦକ ପଦବୀକୁ ସରକାରୀ ଭାବେ ମଞ୍ଜୁରୀ ମିଳିଥିବା ଜଣାପଡିଛି ।ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅନୁମୋଦନ କ୍ରମେ କଲେଜର ବରିଷ୍ଠ ଅଧ୍ୟାପକ ସୁବାଷ ଚନ୍ଦ୍ର ସାମଲଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସଂପାଦକ ରୁପେ ମଂଜୁରୀ ପ୍ରଦାନ କରିଛନ୍ତି । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ୱର ୨୨/୭/୧୯ ତାରିଖ ଚିଠି ନଂ ୨୮୩୭୮ ପ୍ରକାରେ ସୁଚୀତ ହୋଇଥିବା ଜଣାପଡିଛି ।ଦୀର୍ଘ ୧ ବର୍ଷର ପ୍ରତୀକ୍ଷା ପରେ ଏହା ହୋଇଥିବାରୁ ମହାବିଦ୍ୟାଳୟ କର୍ମଚାରୀମୁଁ ନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସୋରଡା ବିଧାୟକ,ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱରଙ୍କୁ ସାଧୁବାଦ ଜଣାଇଛନ୍ତି ।


