ଆରପାରିରେ ମହାବିଦ୍ୟାଳୟର ଅଧକ୍ଷ ଅମୁଲ୍ୟ ଦାସ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଅଧକ୍ଷ ଅମୁଲ୍ୟ ଦାସଙ୍କ ଆଉନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ମହାବିଦ୍ୟାଳୟର ୩୬ତମ ସ୍ୱନକ୍ଷତ୍ର ଉସ୍ରବ ଥିଲା । ବୈଠକ ଚାଲିଥିବା ସମୟରେ ସେ ହଠାତ୍ ବାନ୍ତି କରିବା ସହ ଅସୁସ୍ଥ ହୋଇଥିଲେ । ସଂଗେ ସଂଗେ ତାଙ୍କୁ ଗୋବରା ସ୍ୱାସ୍ଥ କେନ୍ଦ୍ରରେ ଭର୍ତ୍ତିକରାଯାଇଥିଲା । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଖଦ ଘଟଣା ପ୍ରସାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ତାଙ୍କ ଜୀବନ କାଳ ମଧ୍ୟରେ ଭଞ୍ଜନଗର ରୋଟାରି କ୍ଳବର ସଭାପତି , ବେଲଗୁଣ୍ଠା ପ୍ରେସ କ୍ଳବର ଉପଦେଷ୍ଟା ଆଦି ବିଭିନ୍ନ ଗୁରୁତ୍ୱପୂର୍ଣର୍ ଦାଇତ୍ୱ ତୁଲାଇଥିଲେ । ତାଙ୍କର ଶେଷ ଦର୍ଶନ କରିବା ନିମନ୍ତେ ଗାଙ୍ଗପୁର ଥାନାଧିକାରୀ ସତ୍ୟରଞ୍ଜନ ପ୍ରଧାନ ,ପ୍ରେସ କ୍ଳବ ସଭାପତି ପ୍ରଦୁମ୍ନ ପାତ୍ର ,ବିଶ୍ୱ ଭାରତୀ ଅଧକ୍ଷ କୁଞ୍ଜବିହାରୀ ନାୟକ ବଡ ମେଡିକାଲକୁ ଯାଇ ଶେଷ ଦର୍ଶନ କରିଥିଲେ ।


