୧୩ତମ ବକୁଳବନ ମହୋତ୍ସବ ଉଦ୍ଯାପିତ

ପୁରୀ (ଯୁଗାବ୍ଦ ନ୍ୟୁଜ୍‍):ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀରେ ୧୩ତମ ବକୁଳବନ ମହୋତ୍ସବ ପଞ୍ଚସଖା ସ୍ମୃତି ପାଠଗାର ପରିସରରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବ ଆରମ୍ଭରୁ ଅତିଥିମାନେ ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ମହୋତ୍ସବ କମିଟି ସଭାପତି ସୁକାନ୍ତ କିଶୋର ସାମନ୍ତରାୟ ସଭାରେ ସଭାପତିତ୍ୱ କରି ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କମିଟି ସମ୍ପାଦକ ତଥା କବି ସଚିକାନ୍ତ ବିଶ୍ୱାଳ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟ, ମୁଖ୍ୟବକ୍ତା ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଯୋଗଦେଇ ବକୁଳବନର ଇତିହାସ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବକୁଳବନ ମହୋତ୍ସବ କମିଟିର ମୁଖ୍ୟ ଉପଦେଷ୍ଟା ସୀତାବଲ୍ଲଭ ମହାପାତ୍ର ଓ କାର୍ଯ୍ୟକାରୀ ସଭାପତି ରବୀନ୍ଦ ନାଥ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ସ୍ମରଣିକା “ବକୁଳବନର ବାର୍ତ୍ତା’ ଉନ୍ମୋଚିତ ହୋଇଥିଲା । ସେହିପରି ପ୍ରଶାସନ, ସାମ୍ବାଦିକ, ସାହିତ୍ୟକ, କଳାକାର, ମହିଳା ଗୋଷ୍ଠୀ, ଅଙ୍ଗନୱାଡିକର୍ମୀ, ଆଶାକର୍ମୀ, ଶିକ୍ଷକ, ଅବସରପ୍ରାପ୍ତ ଶିକ୍ଷକ , ଶିଶୁ କଳାକାର ଓ ମୋଧାବୀ ଛାତ୍ରଛାତ୍ରୀଙ୍କୁ ମହୋତ୍ସବ କମିଟି ପକ୍ଷରୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଶେଷରେ ସମାଜସେବୀ ଯଯାତି କେଶରୀ ରାୟ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ