ଗଜପତି ପୋଲିସ ଦ୍ୱାରା ୫କୁଇଣ୍ଟଲ ଗଞ୍ଜେଇ ବଜତ, ୪ ଗିରଫ
ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ପୋଲିସ ଦ୍ୱାରା ଗତ କାଲି ରାତ୍ରି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ୫ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି । ଏହି ଗଞ୍ଜେଇ ଚୋରା କାରବାରେ ବ୍ୟବହୃତ ଏକ ପିକ୍ଅଫ ଭେନ୍ ଜବତ ହେବା ସହ ଏହି ଘଟଣାରେ ୪ଜଣ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ପୋଲିସ ଗିରଫ କରିଛି । ଘଟଣାରୁ ପ୍ରକାଶ ଆର.ଉଦୟଗିରି ପୋଲିସ ଛୋଲାଗଡ ଗ୍ରାମ ରାସ୍ତାରେ ଏକ ପିକ୍୍ଅଫ ଭେନˆୁ ଚଡାଉ କରି ଏହି ଗଞ୍ଜେଇକୁ ବଜତ କରିଛନ୍ତି । ଗିରଫ ହୋଇଥିବା ୪ଜଣ ହେଲେ ଗଜପତି ଜିଲ୍ଲାର ମୋହନା ଥାନା କୋଶରିଗୁଡା ଗ୍ରାମର ପରମା ରାଇକା, ଲୁକା ଶବର ଓ ଆଲପକା ଗ୍ରାମର ଶରତ ବଡରଇତ ଏବଂ ଗଂଜାମ ଜିଲ୍ଲା ପୁରୋଷତ୍ତମ ଗ୍ରାମର ଗୋପାଳ କୃଷ୍ଣ ସାହୁ ବୋଲି ଜଣାଯାଇଛି । ଜବତ ଗଞ୍ଜେଇ ଆନୁମାନିକ ମୂଲ୍ୟ ୧୨ ଲକ୍ଷ ହେବ ବୋଲି ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ପ୍ରକାଶ କରିବା ସହ ରାଜ୍ୟ ବାହାରୁକୁ ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଥିବା ସୂଚନା ଦେଇଛି ।