ବିଶିଷ୍ଟ ସମାଜସେବୀ ଈଶ୍ବର ମହାନ୍ତିଙ୍କ ପରଲୋକ
ପାରଳାଖେମୁଣ୍ଡି, ( ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ବିଶିଷ୍ଟ ସମାଜସେବୀ ଈଶ୍ୱର ମହାନ୍ତିଙ୍କ ହଠାତ୍ ଛାତିରେ ଯନ୍ତ୍ରଣା ହେବାରୁ ପରଲୋକ ଗମନ କରିଛନ୍ତି।ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ।ଏହାଛଡା ଜୀବନବୀମାର ଏଜେଣ୍ଟ ଭାବେ କାମ କରୁଥିଲେ।ତାଙ୍କର ଅକାଳ ବିୟୋଗରେ ସିସିଡି ସ୍ୱେଚ୍ଛାସେବୀ ସଂଗଠନର ସମ୍ପାଦକ ଏ.ଜଗନ୍ନାଥ ରାଜୁ, ଏସଡବ୍ଲ୍ୟୁଡବ୍ଲ୍ୟୁଏସର ସଭାପତି ଡ.ଡି.ଜଗନ୍ନାଥ ରାଜୁ,ଭାଗବତ ପାଢୀ, ନରସିଂହନାଥ ସାହୁ,ଜୀତେନ ପାଣୀ,ଏ.ଆପ୍ପାରାଓ ପ୍ରମୁଖ ଶୋକପ୍ରକାଶ କରିଛନ୍ତି।ସେହି ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାସହ ଶୋକସନ୍ତପ୍ତ ପରିବାରବର୍ଗଂକୁ ସମବେଦନା ଜଣାଇଛନ୍ତି।


