ସବୁ ସ୍କୁଲରେ ରହିବ ଖେଳ ପଡ଼ିଆ

ଭୁବନେଶ୍ୱର: ଶିକ୍ଷା ଅଧିକାରୀ ଆଇନକୁ କଡ଼ାକଡ଼ି କାର୍ଯ୍ୟ କରିବେ ରାଜ୍ୟ ସରକାର । ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ଖେଳପଡ଼ିଆ ନିଶ୍ଚିତ ରହିବ । ଯେଉଁ ସ୍କୁଲରେ ଖେଳପଡ଼ିଆ ନାହିଁ ତୁରନ୍ତ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ଧରି ପ୍ରଧାନଶିକ୍ଷକମାନେ ଜମି ଚିହ୍ନଟ କରିବେ । ଯେଉଁଠି ସମସ୍ୟା ବା ପ୍ରତିବନ୍ଧକ ଆସିବ ସେଠାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରି ସମାଧାନର ବାଟ ଫିଟାଇବେ । ଯେମିତି ହେଉ ଖେଳପଡ଼ିଆ ପାଇଁ ଜାଗା ଚିହ୍ନଟ କରିବେ । ଏହି ମର୍ମରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, ଶିକ୍ଷା ଅଧିକାରୀ ଆଇନ ଅନୁସାରେ ରାଜ୍ୟରେ ସମସ୍ତ ସ୍କୁଲରେ ଖେଳପଡ଼ିଆ ରହିବ । ଏଥିପାଇଁ ଡିଇଓମାନେ ସବୁ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେବେ । ଯେଉଁ ସ୍କୁଲରେ ଖେଳପଡ଼ିଆ ନାହିଁ ସେଠାରେ ପ୍ରଧାନଶିକ୍ଷକମାନେ ସ୍ଥାନୀୟ ଆରଆଇଙ୍କୁ ନେଇ ଉପଯୁକ୍ତ ଜମି ଚିହ୍ନଟ କରିବେ । ଏହା ପରେ ତହସିଲଦାରଙ୍କୁ ଖେଳପଡ଼ିଆ ପାଥଁ ପ୍ରସ୍ତାବ ଦେବେ । ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳମାନେ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ