ସଫଳତା ନ ମିଳିବାର ରହସ୍ୟ
ଅଧିକାଂଶ ସମୟରେ ଅନେକ ବ୍ୟକ୍ତିମାନେ ବାରମ୍ବାର ପ୍ରୟାସ ଜାରି କରିବା ସତ୍ତେ୍ୱ ମଧ୍ୟ ସଫଳତା ପାଇ ନ ଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରର ବାସ୍ତୁଦୋଷରୁ ମଧ୍ୟ ଏପରି ବାରମ୍ବାର ଅସଫଳତାର ସାମ୍ନା କରିବାକୁ ପଡ଼ିଥାଏ । ଯଦି ଘରେ କୌଣସି ପ୍ରକାର ବାସ୍ତୁ ଦୋଷ ରହିଥାଏ, ତେବେ ସେହି ଘରର ସଦସ୍ୟ ବିଭିନ୍ନ ପ୍ରକାର ବାଧା-ବିଘ୍ନ, ରୋଗ ଏବଂ ଦୁର୍ଭାଗ୍ୟର ଶିକାର ହୋଇଥାନ୍ତି । ଏହି କାରଣରୁ ଆପଣମାନେ ଘରର ବାସ୍ତୁଦୋଷ ଦୂର କରିବା ପାଇଁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
ଘର ଭିତରେ ବୋନସାଇ ବା କୌଣସି କଣ୍ଟା ଜାତୀୟ ଗଛ ଲଗାଇବା ଅନୁଚିତ । କାରଣ ଏପରି କରିବା ଦ୍ୱାରା ନକାରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ ।
ଘରର ଉତ୍ତର-ପୂର୍ବ ଦିଗରେ କେବେ ମଧ୍ୟ ଓଜନ ବା ଭାରି ମୂର୍ତ୍ତି ରଖନ୍ତୁ ନାହିଁ । କାରଣ ଏହା ଦ୍ୱାରା ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।
ସେହିପରି ଶୋଇବା ଖଟ ତଳେ ଜୋତା ବା ଚପଲ ରଖିବା ଅନୁଚିତ୍ । କାରଣ ଏପରି କରିବା ଦ୍ୱାରା ମାନସିକ ଚିନ୍ତା ବଢିଥାଏ ।
ଦେବୀ, ଦେବତାଙ୍କ ଖଣ୍ଡିତ ମୂର୍ତ୍ତି ମଧ୍ୟ ଘରେ ରଖିବା ଭଲ ନୁହେଁ । ଏହା ଦ୍ୱାରା ଆପଣଙ୍କୁ ସଫଳତା ବଦଳରେ ବିଫଳତା ମିଳିବା ସହ ଘରକୁ ଦୁଃର୍ଭାଗ୍ୟ ଆସିଥାଏ ।
ଏହା ବ୍ୟତୀତ ବନ୍ଦ ହୋଇଯାଇଥିବା ବା ଭାଙ୍ଗିଯାଇଥିବା ଘଣ୍ଟା ମଧ୍ୟ ରଖିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ ।
ସେହିପରି ଉତ୍ତର ଏବଂ ପଶ୍ଚିମ ଦିଗ ମଧ୍ୟ ଅନ୍ଧାର ହେବା ଭଲ ନୁହେଁ । କାରଣ ଏହି ଦିଗର ସମ୍ବନ୍ଧ ସିଧା ଘରର ଆର୍ଥିକ ସ୍ଥିତି ସହ ଜଡ଼ିତ ହୋଇ ରହିଥାଏ ।
ଏଥିସହ ପୂଜା କିମ୍ବା ଦାନ ଦେବା ପାଇଁ ଆଣିଥିବା କୌଣସି ବସ୍ତୁକୁ ଅଧିକ ଦିନ ପର୍ଯ୍ୟନ୍ତ ଘରେ ରଖିନ୍ତୁ ନାହିଁ । ଏହା ଘରେ ନକାରାତ୍ମକ ପ୍ରଭାବ ପକାଇଥାଏ ।


