ପ୍ରେମରେ ବିଫଳ ହୋଇ ନିଜ ତଣ୍ଟି କାଟିଲେ ଯୁବକ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରପଡା ଜିଲ୍ଳାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକତରଫା ପ୍ରେମରେ ବିଫଳ ହୋଇ ଯୁବକ ଜଣକ ନିଜର ତଣ୍ଟି କାଟି ଗୁରୁତର ଆହାତ ହୋଇଥିôବା ଜଣାପଡିଛି । ମିଳିଥିବା ସୂଚାନ ଅନୁଯାୟୀ ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମରେ ରାଜକିଶୋର ଜଣେ ଯୁବତୀଙ୍କୁ ଏକତରଫା ଭଲ ପାଉଥିଲେ । କିନ୍ତୁ ସେ ଏଥିରେ ବାରମ୍ବାର ପ୍ରଚେଷ୍ଟା ସତ୍ତେ୍ୱ ବିଫଳ ହେବାରୁ ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଗୁରୁତର ଅ ବସ୍ଥାରେ ଯୁବକଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିଲା ।ସେଠାରେ ପ୍ରାଥମିକ ଚିକିସ୍ରା ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥ୍ାନାନ୍ତରିତ କରାଯାଇଛି । ଯୁବକଙ୍କ ପକ୍ଷରୁ ଆକ୍ରମଣର ଅଭିଯୋଗ ମା କରିଥିବା ବେଳେ ଝିଅ ଘର ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯାଇଛି ।ଫଳରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେହି ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ଯୁବକଙ୍କୁ କଟକ ବଡ ଡାକ୍ତରଖାନାନୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ପୁଅକୁ ହତ୍ୟା ପାଇଁ ଷଢଯନ୍ତ୍ର କରାଯାଇଥିବା ଏକ ଅଭିଯୋଗ ସଂପୃକ୍ତ ତଂଟିକଟା ଯୁବକର ମା ମାର୍ଶାଘାଇ ଥାନାରେ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ