ଅଖିଳ ଭାରତ ଯୁବ ସଂଘ ଓ ଅଖିଳ ଭାରତ ଛାତ୍ର ସଂଘ ଜିଲ୍ଲା କନ୍ଭେନ୍ସନ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଶୁକ୍ରବାର ଅଖିଳ ଭାରତ ଯୁବ ସଂଘ ଓ ଅଖିଳ ଭାରତ ଛାତ୍ର ସଂଘର ଭଦ୍ରକ ଜିଲ୍ଲା ସ୍ତରୀୟ କନ୍ଭେନ୍ସନ ବନ୍ତ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କନ୍ଭେନ୍ସନ୍କୁ ଅଖିଳ ଭାରତ ଯୁବ ସଂଘର ପ୍ରାକ୍ତନ ରାଜ୍ୟ ସଂପାଦକ ତଥା ହାଇକୋର୍ଟର ଆଇନଜୀବି ଡଃ.ପ୍ରଶାନ୍ତ ମିଶ୍ର ଉଦ୍ଘାଟନ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଯୁବଛାତ୍ର ବିରୋଧି କାର୍ଯ୍ୟ ସଂପର୍କରେ ଅବତାରଣା କରି ବେକାରୀ ସମସ୍ୟା ସହିତ ଶିକ୍ଷାର ବ୍ୟବସାୟୀକରଣ ବିରୁଦ୍ଧରେ ଯୁବଛାତ୍ର ଏକଯୁଟ ହେବା ପାଇଁ ଆହ୍ୱାନ ଦେଇଥିଲେ । ଅଖିଳ ଭାରତ ଯୁବ ସଂଘ ରାଜ୍ୟ ସଭାପତି ସାଥୀ ସଦାନନ୍ଦ ସାହୁ, ରାଜ୍ୟ ସଂପାଦକ ସାଥୀ ପ୍ରଦୀପ ସେଠୀ, ଅଖିଳ ଭାରତ ଛାତ୍ର ସଂଘର ରାଜ୍ୟ ସଂପାଦକ ମିର୍ଜା ତୋହିତ୍ ବେଗ୍, ପ୍ରାକ୍ତନ ଛାତ୍ର ସଂଘ ନେତା ବାବାଜି ଚରଣ ଜେନା ପ୍ରମୁଖ ଯୋଗ ଦେଇ ଯୁବ ଛାତ୍ର ମାନେ ସଂଗଠିତ ହୋଇ ନିଜର ଅଧିକାର ପାଇଁ ଗଣ ଆନ୍ଦୋଳନ ଚଳାଇବା ସହିତ ଦେଶ ଓ ରାଜ୍ୟର ଯୁବଛାତ୍ର ମାନଙ୍କ ଅଧିକାର ପାଇଁ ଯୁବଛାତ୍ର ମାନଙ୍କୁ ଆହ୍ୱାନ ଦେଇଥିଲେ । ଜିଲା ଯୁବ ସଂଘ ନେତା ଆଇନଜୀବି ପରମେଶ୍ୱର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କନ୍ଭେନ୍ସନ୍ରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବ ଓ ଛାତ୍ର ନେତା ମାନେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଭଦ୍ରକ ଜିଲ୍ଲାର ଅଖିଳ ଭାରତ ଯୁବ ସଂଘ ଓ ଅଖିଳ ଭାରତ ଛାତ୍ର ସଂଘର ସଂଗଠନକୁ ବ୍ୟାପକ କରିବା ସହିତ ଯୁବଛାତ୍ର ମାନଙ୍କୁ ସଂଗଠିତ କରିବା ଲକ୍ଷ୍ୟରେ ୧୩ ଜଣିଆ ଜିଲ୍ଲା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ସାଥୀ ପରମେଶ୍ୱର ବାରିକ, ପ୍ରତାପ ବାରିକ, ଅମରେନ୍ଦ୍ର ମହାନ୍ତି, ରଶ୍ମିତା ଜେନା, ବର୍ଷାରାଣୀ ଦେହୁରୀ, ଦିବ୍ୟ ରଂଜନ ସ୍ୱାଇଁ, ମଳୟ ଜେନା, ସତ୍ୟବାନ ଜେନା, ବସନ୍ତ ବାରିକ, କଲି ମୁଦ୍ଦିନ୍, ପରୀକ୍ଷିତ ଦାସ, ମୁକ୍ତିକାନ୍ତ ସେନାପତି, ରତିକାନ୍ତ ଜେନା, ମାନସ ଜେନା, କମଳାକାନ୍ତ ସେଠୀ ପ୍ରମୁଖ ରହିଛନ୍ତିି । ଉକ୍ତ କନ୍ଭେନ୍ସନ୍କୁ ସଫଳ କରାଇବାରେ ଜିଲ୍ଳା ସିପିଆଇ ସଂପାଦକ ସାଥୀ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ପର୍ଶୁରାମ ସ୍ୱାଇଁ, ନିରଂଜନ ରାଉତ, ପବିତ୍ର ସେଠୀ, ଉମାକାନ୍ତ ମହାପାତ୍ର, ଅନନ୍ତ ମହାନ୍ତି, ବିମ୍ବାଧର ବାରିକ, କୈଳାସ ଜେନା, ନୃସିଂହ ଦାସ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।