ସାମ୍ବାଦିକଙ୍କ ବିୟୋଗରେ ବେଲଗୁଣ୍ଠା ପ୍ରେସ୍ କ୍ଳବର ଶୋକ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ):ଯୁବ ସାମ୍ବାଦିକ ତଥା ହିଂଜିଳିକାଟୁର ଜଣାଶୁଣା ସମାଜସେବୀ ପ୍ରିୟଦର୍ଶୀ ପଟ୍ଟନାୟକ (୪୨)ଙ୍କ ଅକାଳମୃତ୍ୟୁରେ ବେଲଗୁଣ୍ଠା ପ୍ରେସ୍ କ୍ଳବ ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ହୋଇଥିବା ଏହି ବୈଠକରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ସେ ଜଣେ କର୍ତ୍ତବ୍ୟ ନିଷ୍ଠ ସାମ୍ବାଦିକ ହେବା ସଙ୍ଗେ ସଙ୍ଗେ ଜଣ ଦରଦୀ ବନ୍ଧୁ ଭାବେ ଅଞ୍ଚଳରେ ପରିଚିତ ଥିଲେ ଏବଂ।ବହୁ ନେତା, ଅଫିସରମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ ।ଗଞ୍ଜାମ ଜିଲ୍ଲାରେ ସେ ମୁନୁ ଭାଇ ବୋଲି ସୁପରିଚିତ ଥିଲେ ।ବେଲଗୁଣ୍ଠା ପ୍ରେସ୍ କ୍ଳବ ସହ ତାଙ୍କର ବହୁ ବର୍ଷର ନିବିଡ ଘନିଷ୍ଠତା ଥିଲା ।ଯିଏ ଯେଉଁ ଅସୁବିଧାରେ ଥିଲେ ମଧ୍ୟ ତାଙ୍କୁ ସାହାଯ୍ୟ କରିବା ପାଇଁ ସେ ଆଗେଇ ଆସୁଥିଲେ ବୋଲି ସଭାପତି ଶ୍ରୀ ପାତ୍ର ତାଙ୍କ ସ୍ମୃତିଚାରଣ କରିଥିଲେ ।ପୁର୍ବରୁ ସେ ସମ୍ବାଦର ହିଞ୍ଜିଳୀ ପ୍ରତିନିଧି ରହିଥିବା ବେଳେ ବର୍ତ୍ତମାନ ସେ ସମାଜ ର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ ।ଗତ କିଛି ଦିନ ତଳେ ସ୍ୱାସ୍ଥ୍ୟ ଖରାପ ହେବାରୁ ପ୍ରଥମେ ବ୍ରହ୍ମପୁର ଓ ପରେ ଭୁବନେଶ୍ୱର କିମ୍ସରେ ଚିକିତ୍ସିତ ହେଉଥିଲେ ।ତାଙ୍କଠାରେ କରୋନା ଚିହ୍ନଟ ହୋଇଥିଲା ।ତାଙ୍କ ମୃତ୍ୟୁରେ ସାମ୍ବଦିକ ଜଗତ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ଅଶ୍ୱିନୀ କୁମାର ମହାନ୍ତି,ସମ୍ପାଦକ ସୁଶାନ୍ତ ମିଶ୍ର,ସହ-ସମ୍ପାଦକ ସରୋଜ ଶତପଥୀ,କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ, ଉପଦେଷ୍ଟା ସୁଶାନ୍ତ କୁମାର ବେହରା,ସନ୍ତୋଷ କୁମାର ବିଷୋୟୀ,ଚନ୍ଦନ କୁମାର ସାହୁ, ସୁରେଶ ସୁବୁଦ୍ଧି,ବାଳକୃଷ୍ଣ ପାତ୍ର, ଶିବରାମ ଚୌଧୁରୀ ପ୍ରମୁଖ ଶୋକବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ