ନିଶାଗ୍ରସ୍ତ ଡ୍ରାଇଭରଙ୍କ ଯୋଗୁଁ କୋଭିଡ୍ କେୟାର୍ ଗାଡି ଦୁର୍ଘଟଣାଗ୍ରସ୍ତ

କୋଦଳା, (ଗୁଲସନ୍ କୁମାର କର):ମାତାଲ୍ ଡ୍ରାଇଭର ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା କୋଭିଡ୍ ୧୯ କେୟାର୍ ଗାଡି ।ଏଭଳି ଏକ ଦୁର୍ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ନିକଟସ୍ଥ ମୁଖ୍ୟ ରାସ୍ତା କଡରେ ।ଶନିବାର ଏହି ଭ୍ଯାନ ନିକଟସ୍ଥ ଏସ୍ ଛଚିନା ଠାରୁ କୋଭିଡ୍ ୧୯ ରୋଗୀକୁ ଆଣିବାକୁ ଯାଇଥିବା ବେଳେ ଡ୍ରାଇଭର ନିଶାଗ୍ରସ୍ତ ଥିବା ଯୋଗୁଁ ରୋଗୀ ଆସିବାକୁ ମନା କରି ଦେଇଥିଲେ। ପରେ ଡ୍ରାଇଭର ଜଣକ ଫେରି ଆସୁଥିବା ବେଳେ ଖରଖରି ନଦୀ ପାଖ ରାସ୍ତା ପାର୍ଶ୍ବରେ ଏକ ଗଛକୁ ଭାରସାମ୍ୟ ହରାଇ ପିଟି ଦେଇଥିଲା। ଆହତ ନିଶାଗ୍ରସ୍ତ ଡ୍ରାଇଭର ଜଣକ ନାମ ଗଣେଶ କୁମାର ଶତପଥୀ ଏବଂ ତାଙ୍କ ଘର ବୀର ଜଗନ୍ନାଥପୁର ଶାଶନ ବୋଲି ଜଣାପଡିଛି। ଆହତ ଡ୍ରାଇଭର ଜଣକୁଂ ଆମ୍ବୁଲାନ୍ସ ସାହାଯ୍ୟରେ ହସ୍ପିଟାଲକୁ ପଠାଇ ଦିଆଯାଇଛି। ଘଟଣା ସ୍ଥଳରେ ବେଗୁନିଆପଡ଼ା ପୋଲିସ ପହଞ୍ଚି ତଦନ୍ତ କରୁଛି। ତେବେ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କୋଭିଡ୍ ୧୯ କେୟାର୍ ଗାଡିରେ କିଭଳି ବେପରୁଆ ମଦୁଆ ଡ୍ରାଇଭରକୁ ନିଯୁକ୍ତ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ