୭.୫ ଲକ୍ଷ ଟଙ୍କାର ଅଙ୍ଗୁରପେନ୍ଥା

କୁହାଯାଏ ଖାଇ ନ ପାରିଲେ ଅଙ୍ଗୁର ଖଟା । ଏହି ଅଙ୍ଗୁର କ୍ଷେତ୍ରରେ ଠିକ୍ ସେମିତି କିଛି କୁହାଯାଇପାରେ । ଏହି ଅଙ୍ଗୁର ଦାନାର ଆକାର ଏକ ଛୋଟିଆ କ୍ରେଜି ବଲ୍ ଭଳି । ଗୋଟିଏ ଗୋଟିଏ ଅଙ୍ଗୁର ଦାନାର ଓଜନ ପ୍ରାୟ ୨୦ ଗ୍ରାମରୁ ଅଧିକ ହୋଇଥାଏ । ଆଉ ସ୍ୱାଦରେ ବେଶ୍ ମିଠା ଏବଂ ରସାଳ । ଏହି ଅଙ୍ଗୁରର ନାମ ହେଉଛି ରୁବି ରୋମନ । ତେବେ ଏତେ ସ୍ୱାଦିଷ୍ଟ ଅଙ୍ଗୁର ଖାଇବା ସଭିଙ୍କ ଭାଗ୍ୟରେ ଜୁଟିବ ନାହିଁ । କାରଣ ଏହାର ମୂଲ୍ୟ ଅବିଶ୍ୱସନୀୟ ଭାବେ ଅଧିକ । ଏହାର ଗୋଟିଏ ପେନ୍ଥାର ମୂଲ୍ୟ ୭.୫ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ । ପେନ୍ଥାରେ ୩୦ଟି ଅଙ୍ଗୁର ଦାନା ଥାଏ । ଅଙ୍ଗୁରର ଏହି ପ୍ରଜାତିକୁ ଜାପାନର ଇଶିକାୱା ପ୍ରାନ୍ତର କୃଷି ସହିତ ଜଡିତ ସହକାରୀ ସମିତି ତିଆରି କରିଛନ୍ତି । ଜାପାନରେ ହିଁ କେବଳ ଏହି ଅଙ୍ଗୁରର ଉତ୍ପାଦନ ହୋଇଥାଏ । ନିକଟରେ ଏଠାକାର କାନଜାୱାରେ ଥିବା ହୋଲ୍ସେଲ୍ ମାର୍କେଟରେ ନିଲାମୀ ଡକାଯାଇଥିଲା । ଏଥିରେ ଏହି ଅଙ୍ଗୁର ପେନ୍ଥାକୁ ହ୍ୟାକୁରାକୁସୋ ନାମକ କମ୍ପାନୀ ୭.୫ ଲକ୍ଷ ଟଙ୍କାରେ କିଣିଥିଲା । ଉକ୍ତ କମ୍ପାନୀ ଜାପାନରେ ହୋଟେଲ ବ୍ୟବସାୟ ସହ ଜଡ଼ିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ