ଭାବନାକୁ ଟାଇପ୍ କରିବ ଫେସ୍ବୁକ୍ ଏଆର୍ ଡିଭାଇସ୍

ଫେସ୍ବୁକ୍ ଏକ ବ୍ରେନ୍ କମ୍ପ୍ୟୁଟର ଆଗ୍ୟୁମେଣ୍ଟେଡ ରିୟଲିଟି(ଏଆର) ଇଣ୍ଟରଫେସ ଡିଭାଇସ ବିକାଶ କରୁଛି ଯାହା ଆପଣଙ୍କ ଭାବନାକୁ ଟାଇପ୍ କରିପାରିବ । ୨୦୧୮ରେ କମ୍ପାନୀ ତା’ର ବ୍ରେନ୍ କମ୍ପ୍ୟୁଟର ଇଣ୍ଟରଫରେନ୍ସ ପ୍ରୋଗ୍ରାମରେ ଏଭଳି ଡିଭାଇସ ବିକାଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହାକୁ ପୂର୍ଣ୍ଣାଙ୍ଗ ସ୍ତରରେ ପହଞ୍ଚାଇବା ପାଇଁ ଫେସବୁକ ୟୁନିଭର୍ସିଟି ଅଫ୍ କାଲିଫର୍ନିଆର ଗବେଷକମାନଙ୍କୁ ସହଯୋଗ କରୁଛି । ନ୍ୟୁରୋଲୋଜି ସମସ୍ୟା ଯୋଗୁ ବାକ୍ଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ପୁଣି କହିବା ପାଇଁ ପ୍ରୟାସ ଜାରି ରଖିଥିବା ଗବେଷକମାନେ ଏହିି ଡିଭାଇସ୍ ମାଧ୍ୟମରେ ପୀଡ଼ିତଙ୍କ ଭାବନାର ଅଳ୍ପ କିଛି ଶବ୍ଦକୁ ଟାଇପ୍ କରିପାରିଛନ୍ତି । ସେମାନଙ୍କ ପୂରା ଭାବନାକୁ ନିର୍ଭୁଲ ଭାବରେ ଟାଇପ୍ କରିବା ପାଇଁ ଅଧିକ ଅନୁଧ୍ୟାନ ଆବଶ୍ୟକ ବୋଲି ଗବେଷକମାନେ କହିଛନ୍ତି । ଏହି ଡିଭାଇସ୍ ଏକ ମିନିଟ୍ରେ ୧୦୦ ଶବ୍ଦ ଟାଇପ କରି ୧ହଜାର ଶବ୍ଦ ଟାଇପ୍ କରିବାର କ୍ଷମତା ରଖିପାରିବ । ଟାଇପ୍ରେ ଭୁଲର ହାର ୧୭ ପ୍ରତିଶତରୁ କମ୍ ବି ରହିବ । ଫେସବୁକ୍ ମଧ୍ୟ ଏହା ପୂର୍ବରୁ ଏଲନ ମସ୍କଙ୍କ ନ୍ୟୁରୋଲିଙ୍କ୍ ଷ୍ଟାର୍ଟଅପ୍ ସହ କାର୍ଯ୍ୟ କରି ଏକ ଟିନି ବ୍ରେନ୍(ଚିପ୍ ସହ ଥ୍ରେଡ୍) ବିକାଶ କରିଛି ଯାହା ଏବେ ବ୍ୟବହାର କରାଯାଇଥିବା ବ୍ରେନ ମେଶିିନ ଇଣ୍ଟରଫେସ ବଦଳରେ ବ୍ୟବହାର କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ