ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ କେନ୍ଦ୍ରୀୟ ସ୍ତରରେ ଟପ୍ପର
ନୂଆଦିଲ୍ଲୀ : ଚଳିତବର୍ଷ ସିବିଏସ୍ଇ ଦଶମ ଶ୍ରେଣୀ ପରୀକ୍ଷାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ କେଭିଏସ୍ର ସଫଳତା ହାର ୯୯.୨୩ ଶତାଂଶ ରହିଛି । ସିବିଏସ୍ଇର ମୋଟ ଉତ୍ତୀର୍ଣ୍ଣ ହାର ଚଳିତବର୍ଷ ୯୧.୪୬ ଶତାଂଶ ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଏହି କ୍ଷେତ୍ରରେ ଶ୍ରେଷ୍ଠ ଫଳାଫଳ ହାସଲ କରିଛନ୍ତି । କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କେଭିଏସ୍କୁ ଏହି ସଫଳତା ମିଳିଛି । କେଭିଏସ୍ ପରୀକ୍ଷା ଫଳର ମୁଖ୍ୟାଂଶରେ ପରୀକ୍ଷା ଦେଇଥିବା କେଭିଏସ୍ର ମୋଟ ଛାତ୍ରଛାତ୍ରୀ ହେଲେ ୯୪୪୯୮, ସେମାଙ୍କ ମଧ୍ୟରୁ ଉତ୍ତୀର୍ଣ୍ଣଙ୍କ ସଂଖ୍ୟା ୯୩୭୭୪, କୃତକାର୍ଯ୍ୟ ହାର ୯୯.୨୩ ଶତାଂଶ ରୁ କୃତକାର୍ଯ୍ୟ ଛାତ୍ର ୫୦୫୯୧ ଓ ଛାତ୍ରୀ ୪୩୧୮୩ ରହିଛନ୍ତି, ସେମାଙ୍କ ମଧରୁ ମୋଟ କେଭି ସଂଖ୍ୟା ୧୧୬୮ ରହିଛି, ଶତପ୍ରତିଶତ କୃତକାର୍ଯ୍ୟ ହୋଇଥିବା କେଭି ସଂଖ୍ୟା ହେଲା ୮୪୬, ନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ପରୀକ୍ଷାର୍ଥୀ ହେଲେ ୯୧୦୪, ପଞ୍ଚାନବେ ଶତାଂଶରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମଧ୍ୟରେ ୧୭୧୭, ଅନୁଷ୍ଠାନ ୱାରୀ ପ୍ରଦର୍ଶନ କରିଥିବା, କେଭିଏସ୍ର ୯୯.୨୩%, ଜେଏନ୍ଭି ୯୮.୬୬%, ସିଟିଏସ୍ଏ ୯୩.୬୭%, ସ୍ୱାଧୀନ ୯୨.୮୧%, ସରକାରୀ, ୮୦.୯୧% ରହିଥିବାବେଳେ ସରକାରୀ ଅନୁଦାନପ୍ରାପ୍ତ ୭୭.୮୨ ଶତାଂଶ ରହିଛନ୍ତି କେନ୍ଦ୍ରୀୟ ବିଦ୍ୟାଳୟର ସର୍ବଭାରତୀୟ ଟପ୍ପର, ସେହିପରି ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଅଭୟ ନାୟକ ମୋଟ ୫୦୦ ନମ୍ବରରୁ ୪୯୭ ରଖି ୯୯.୪ପ୍ରତିଶତ ନମ୍ବର ରଖି କେଭିର କେନ୍ଦ୍ରୀୟ ସ୍ତରରେ ଟପ୍ପର ହୋଇ ଥିବା ଜଣାପଡିଛି ।


