ଵହଳଦା ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ଚଢାଉ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ‘କରୋନା’ ମାରୀ ପାଇଁ ଲକ୍ ଡାଉନ୍ ତିନୋଟି ଅସାମାଜିକ କାମକୁ ସୁହାଇଛି । ପ୍ରଥମଟି ହେଲା ହେଲା ବ୍ୟାପକ ମଦ, ଗଂଜେଇ ଓ ନିଶା ଦ୍ରବ୍ୟ କାରବାର ଦିତୀୟଟି ହେଲା ନିଛାଟିଆ ଜାଗାରେ ଜୁଆ ଖେଳ ଏବଂ ତୃତୀୟଟି ନିଶାର୍ଦ୍ଧରେ ହେଲା ଗୋଚାଲାଣ ।
ଚୋରା ମଦ କାରବାର ବ୍ୟାପକ ପରିମାଣରେ ବଢି ଚାଲିଛି । ମୟୂରଭଂଜ ଜିଲ୍ଲାର ବହଳଦା ଅବକାରୀ କାର୍ଯ୍ୟାଳୟ ତରଫରୁ ବହଳଦା ବ୍ଲକର ପାହାଡପୁର ଏବଂ ଜାମୁଦା ବ୍ଲକର ଚାନ୍ଦିଖୋମଣରର ନିଛାଟିଆ ସ୍ଥାନରେ ଚଢାଉ କରାଯାଗ୩୦୦ଲିଟର ଗୁଡପୋଚ ଏବଂ ୪୨୦ ଗ୍ରାମ ମହୁଲପୋଚ ଜବତ କରାଯିବା ସହ ମଦ ଚୁଲେଇ ସାମଗ୍ରୀ ଜବତ କରାଯାଇଛି ।ବହଳଦା ଅବକାରୀ ବିଭାଗ ଅନ୍ତର୍ଗତ ବହଳଦା,ଜାମଦା ଏବଂ ତିରିଂର ବିଭିନ୍ନ ଅଂଚଳରେ ଏହାକୁ କୁଟୀର ଶିଳ୍ପରେ ପରିଣତ କରାଯାଇଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ