ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ
ରାଇରଙ୍ଗପୁର,(ୱାଇଏନଏସ): ମହାସମାରୋହରେ ପାଳିତ ହେଲା ମହାନ ଆଦିବାସୀ ଜନନାୟକ ଧାରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ। ଭାରତ ମୁଣ୍ଡା ସମାଜ, ବାମନଘାଟି ସବ୍ଡିଭିଜନାଲ ୟୁନିଟ୍ ଓ ଆଇସ୍ତା ଅର୍ଥାତ୍ ଅଲ ଇଣ୍ଡିଆ ଅନୁସୂଚିତ ଜାତି ଜନଜାତି ସଂଘ ପକ୍ଷରୁ ରାଇରଙ୍ଗପୁର ସ୍ଥିତ ମହୁଲଡିହା ବିର୍ସା ମୁଣ୍ଡା ପାର୍କଠାରେ ଏହି ଜୟନ୍ତୀ ସମାରୋହ ଧୁମଧାମରେ ଆୟୋଜିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ, ଲକ୍ଷ୍ମଣ ମାଝୀ ଓ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ଯୋଗ ଦେଇଥିଲା ବେଳେ ଆଇସ୍ତା ସମ୍ପାଦକ ପାରେଶ୍ବର ମୁର୍ମୁ, ସଦସ୍ଯଗଣ ପରେଶ ଚନ୍ଦ୍ର ମୁଣ୍ଡା, ସୁନୀଲ ମାଝୀ, ରମେଶ ମାଝୀ, ଚନ୍ଦ୍ର ମୋହନ ଟୁଡୁ, ଶଙ୍କର ମାର୍ଣ୍ଡି, ବିଶ୍ବନାଥ ସୋରେନ, ସାଇନା ହେମ୍ବ୍ରମ, ଦୁର୍ଗାଚରଣ ମୁର୍ମୁ, ପ୍ରତାପ ସର୍ଦ୍ଦାର , ଡୁଗୁ ସୋରେନ ମାହାଲି, ଦିନେଶ ହେମ୍ବ୍ରମ, ପଦ୍ମମୋହନ ମାର୍ଣ୍ଡି, ମେଘରାୟ ମାଝୀ, ଫାଗୁ ହାଁସଦାଃ ଓ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ l ଏଥିସହିତ ପୂର୍ବତନ ବିଇଓ ନପୋଲ ମୁଣ୍ଡା ଓ ଦିଗାମ୍ବର ସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଣ୍ଡା ସମାଜର ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାମନଘାଟି ଉପଖଣ୍ଡର ସାତଟି ବ୍ଲକ୍ରୁ ବହୁ ସଂଖ୍ୟାରେ ମୁଣ୍ଡା ସମ୍ପ୍ରଦାୟର ଲୋକେ ଯୋଗଦେଇ ବିର୍ସା ମୁଣ୍ଡାଙ୍କ ପ୍ରତି ନିଜର ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ନୂଆଗାଁରୁ ମାଟୁରାମ ମୁଣ୍ଡା, ବୁଧୁରାମ ମୁଣ୍ଡା, ମଙ୍ଗଲ ମୁଣ୍ଡା ଓ କୁନା ମୁଣ୍ଡା, କଳସିଭଙ୍ଗାରୁ ଜିଟୁ ମୁଣ୍ଡା ଓ ଜଗନ୍ନାଥ ମୁଣ୍ଡା, କପିଳିରୁ ମାଗଲା ମୁଣ୍ଡା, ହାତିଆରୁ ସୁଶୀଲ ମୁଣ୍ଡା, ଚିଲକୁବାଦୀରୁ ସୁକୁରା ମୁଣ୍ଡା ଓ ସୋରଜ ମୁଣ୍ଡା, ହେସେଲାରୁ ଲାଲସିଂ ମୁଣ୍ଡାଙ୍କ ସମେତ ତିନିଜଣ ସରପଞ୍ଚ କରବି ମୁଣ୍ଡାରୀ, ମିଲ୍ଲୀରାଣୀ ସିଂ ଓ ସୁକାନ୍ତି ହେମ୍ବ୍ରମ ପ୍ରମୁଖ ଯୋଗଦେଇଥିଲେ.


