ସରକାରୀ ଜାଗାରେ ଆମ ଗାଁ ଆମ ବିକାଶ ଯୋଜାନର ଅର୍ଥରେ ଗୃହ ନିର୍ମାଣ ପାଇଁ ଦାବି

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ଗ୍ରାମ ପଞ୍ଚାୟତର ବ୍ରାହ୍ମଣିଆପଲ୍ଲୀ ଗ୍ରାମରେ ଆମଗାଁ ଆମ ବିକାଶ ଯୋଜନାରେ ଆସିଥିବା ଅର୍ଥ କୁ ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୃହ କରିବା ନଚେତ୍ ସରକାରୀ ଜାଗା ରେ କରିବା ନିମନ୍ତେ ଆଇନଜିବୀ ଚୈତନୀ ପ୍ରଧାନଙ୍କ ନେତୃତ୍ୱରେ ଗ୍ରାମର କିଛି ବ୍ୟକ୍ତି ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଜଣାଇଛନ୍ତିା ସେମାନେ ଅଭିଯୋଗ ପତ୍ର ଲେଖିଛନ୍ତି ଯେ ଆମ ଗାଁ ଆମ ବିକାଶ ଯୋଜନାରେ ଆସିଥିବା ୫ଲକ୍ଷ ଟଙ୍କା ସରକାରୀ କିମ୍ବା ଗୁପ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଗୃହ କରାଯାଉ । ଏହାକୁ ଜଣେ ମାଲିକେନା ଥିବା ଜାଗାରେ ଗୃହ କରି ସରକାରୀ ଟଙ୍କାକୁ ଆତ୍ମସାତ କରିବାପାଇଁ ଯୋଜନା କରୁଛନ୍ତି । ଏହାକୁ ତଦନ୍ତ କରି ଉକ୍ତ ଟଙ୍କା ଗୁପ୍ତେଶ୍ୱର ମନ୍ଦିର ଠାକୁର ନାମରେ ଥିବା ଜାଗା କିମ୍ବା ସରକାରୀ ଜାଗା ରେ ନିର୍ମାଣ କଲେ ଭଲ ରହିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ