ଭିଡିକନଫେନ୍ସି ମାଧ୍ୟମରେ ଆଲୋଚନା କଲେ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ସ୍ଥାନୀୟ ଓସ୍ୱାନ ହଲ ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ରାଜସ୍ୱ ବିଭାଗ ଓ କାଳିଆ ଯୋଜନା ଉପରେ ଭିଡିଓ କନଫେରନ୍ସି ମାଧ୍ୟମରେ ତହସିଲଦାର ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । କୃଷି ଜିମକୁ ଅଣ କୃଷିଜମିରେ ପରିବର୍ତ୍ତନ କାରଯାଉଛି ଏହାର ସଠିକ୍ ତଦନ୍ତ କରି ରାଜସ୍ୱ ଆଦାୟ କରିବା, ପଡିରହିଥିବା ବ୍ୟ-ବନ୍ଦୋବସ୍ତ ମାମଲା ଗୁଡିକ ତୁରନ୍ତ ଫଇସଲ । କରିବା, ଗ୍ରାମକଣ୍ଠକ ଜମିର ପଟ୍ଟା କ୍ୟାମ୍ପ ମାଧ୍ୟମରେ ହିତାଧିକାରୀଙ୍କୁ ପ୍ରଦାନ କରିବା, ବେଆଇନ ଭାବେ ବାଲି, ମାଟି, ମୋରମ, ପଥର ଚାଲାଣା ଉପରେ ନୀୟମିତ ଚଢଉ କରିବା, ଜିଲ୍ଲାରେ ରହିଯାଇଥିବା ୫୩ ଗାଁ କୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବା, ଜଙ୍ଗଲ ଜମି ଅଧିକାରୀ ଆଇନରେ ରହିଥିବା ହିତାଧୀକାରୀଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ସହ ମ୍ୟାପ୍ ବଣ୍ଟନ କରିବା, ବସୁନ୍ଧରା ଯୋଜନାରେ ଗତବର୍ଷ ରହିଥିବା ୨୩୬୭ ମାମଲା ଗୁଡକ ମଧ୍ୟରୁ ରହିଯାଇଥିବା ୬୯୪ଟି ମାମଲାର ତୁରନ୍ତ ଏକ ମାସ ମଧ୍ୟରେ ଫଇସଲା କରି ପ୍ରଦାନ କରିବା, ପ୍ରତି ତହସିଲଦାର ମାନେ ସରକାର ଜମି କୁ ସୁରକ୍ଷା ରେ ରଖିବା ନିମନ୍ତେ ତାର ବଦଳରେ ଏବେ ୪ଫୁଟର ପାଚେରୀ ନିର୍ମାଣ କରିବେ, ତହସିଲଦାର ମାନେ ମାସକୁ ଦୁଇଥର ଆରଇ ଅଧୀନରେ ସମାଧାନ ଶିବିର କରି ସମସ୍ତ ଜନସାଧାରଣଙ୍କ ବିଭିନ୍ନ ଅସୁବିଧା ଗୁଡିକ ଦୂର କରିବା ନିମନ୍ତେ ଜିଲ୍ଲାପାଳ ନୂତନ ଭାବେ ସମାଧାନ ଶିବର ଆୟୋଜନ ପାଇଁ ସ୍ଥିର କରିଛନ୍ତି । ଏହା ଦ୍ୱାରା ଶିବିରକୁ ତସିଲଦାର ଏବଂ ବିଭାଗର ବିଭିନ୍ନ ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟ କରିବେ । ବର୍ଷାଜନିତ ଯୋଗୁଁ କ୍ଷେତ କର୍ମଚାରୀ ମାନେ ଜିଲ୍ଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର ଛାଡିବେ ନାହିଁ ବୋଲି ଜିଲ୍ଲାପାଳ ଭିଡିଓ କନଫେରସନ୍ସି ମାଧ୍ୟମରେ ରୋକଠୋକ କହିଥିଲେ । ସେହିପରି କାଳିଆ ଯୋଜନାରେ ସାମିଲ ହୋଇଥିବା ଅଯୋଗ୍ୟ ହିତାଧିକାରୀଙ୍କୁ ଅଗଷ୍ଟ ୧୯ତାରିଖ ସୁଦ୍ଧା ବାଦ୍ ଦେବା ନିମନ୍ତେ କୁହାଯାଇଛି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନର ମାନଦଣ୍ଡ ଅନୁସାରେ ଏହାକୁ ହିତାଧିକାରୀ ମାନଙ୍କୁ ଚୟନ କରାଯିବ । ପୂର୍ବରୁ ଯେଉଁ ମାନେ କାଳିଆ ଯୋଜନା ନିମନ୍ତେ ହେବା ରଟି ପର୍ମ ଦେଇଥିଲେ । ନୀଳ ଫର୍ମରେ ଯୋଡିବା ଏବଂ ରଙ୍ଗ ଫର୍ମ ବାଦ୍ କରିବା । ପର୍ଯ୍ୟାୟ ପରିମାଣରେ ହିତାଧିକାରୀ ମାନେ ନୀଳ ଫର୍ମରେ ଆବେଦନ କରିଥିବାରୁ ଏହା ବର୍ତ୍ତମାନ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଟଙ୍ଗାଯିବ ଯେଉଁ ଅଯୋଗ୍ୟ ହିତାଧିକାରୀ ରହିଛି ସେମାନଙ୍କ ନାମରେ ଅଭିଯୋଗ ଆସିଲେ ସେମାନଙ୍କୁ ବାଦ୍ ଦିଆଯିବ । ଏହାସହିତ ପ୍ରଶାସନିକ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ତଦନ୍ତ କରି ଅଯୋଗ୍ୟ ହିତାଧିକାରୀ ମାନଙ୍କୁ ବାହାର କରି ବେ । ଏହି ଭିଡିକନଫେରନ୍ସିରେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ରଜସ୍ୱ) ଲକ୍ଷ୍ମୀକାନ୍ତ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଜିଲ୍ଲା ରାଜସ୍ୱ ଅଧିକାରୀ ଡଃ. ଦିବ୍ୟ ଲୋଚନ ମହନ୍ତ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି, ଭାରପ୍ରାପ୍ତ ବ୍ରହ୍ମପୁର ଉପଜିଲ୍ଲାପଳ ସମ୍ବିତ୍ ରାଉତଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ