ସହିଦଙ୍କୁ ନମନ

ମୁମ୍ବାଇ : ଉକ୍ରଳ ଜାଗୃତି ସେବା ସଂଘ ଏକ ବଦାନ୍ୟ ସଂଗଠନ ଯାହା ପରି•ଳନା କରିଚାଲିଛି ଅନେକ ଜନମଗଂଳ କାର୍ଯ୍ୟକ୍ରମ, ସେଗୁଡ଼ିକ ହେଲା : ଆଶୁଚିକିତ୍ସା ପାଇଁ ଡ଼ାକ୍ତରି ସେବା, ପ୍ରତିଭା ସଂପନ୍ନ ଛାତ୍ରଛାତ୍ରୀଙ୍କୁ ସାହାର୍ଯ୍ୟ ପ୍ରଦାନ କରିବା, କ୍ୟାନସର ପ୍ରପୀଡ଼ିତ ରୋଗୀଙ୍କୁ ଏବଂ ଅଭାବୀ ଲୋକଙ୍କୁ ଆଶ୍ରୟ ଯୋଗାଇଦେବା, ଅଭାବୀ ଛାତ୍ରଛାତ୍ରୀଙ୍କୁ ଶୈକ୍ଷିକ ସୁବିଧାଦେବା, ଗୋଶାଳା ସେବା ତଥା ବହୁବିଧ ସାମାଜିକ ସେବାମୂଳକ କାର୍ଯ୍ୟ । ୨୦୦୦ ମସିହାଠାରୁ ମୁମ୍ବାଇରେ ଉପରୋକ୍ତ କାର୍ଯ୍ୟଗୁଡ଼ିକ କରିଆସୁଅଛି । ଉକ୍ରଳ ଜାଗୃତି ସେବା ସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ଏହାର ସ୍ୱେଚ୍ଛାସେବୀ ବନ୍ଧୁଗଣ “ସହୀଦଙ୍କୁ ପ୍ରଣାମ” କାର୍ଯ୍ୟକ୍ରମ ଆୟୋଜନ କରି ପୁଲାୱାମା ଆକ୍ରମଣ ଏବଂ ଅନ୍ୟ ସଂନ୍ସ୍ର୍ର୍ରାସବାଦୀ ଆକ୍ରମଣରେ ଯେଉଁ ବୀର ସୈନିକମାନେ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନଙ୍କୁ ଅଶେଷ ସମ୍ମାନ ପ୍ରଦର୍ଶନ କରିଛନ୍ତି । ଉକ୍ରଳ ଜାଗୃତି ସେବା ସଂଘ ଯେଉଁ ସହୀଦ ବୀର ଜବାନମାନଙ୍କୁ ପୂର୍ଣ ଜାତୀୟ ମର୍ଯ୍ୟାଦା ସହିତ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି । ସେମାନେ ହେଲେ ସ୍ୱର୍ଗତଃ ମନୋଜ କୁମାର ବେହେରା, ୮୨ ବି.ଏନ୍. ସି.ଆର.ପି.ଏଫ୍., ଓଡ଼ିଶାର କଟକ ଜିଲ୍ଲା ଅଧିନରେ ଥିବା ନିଆଳିର, ରତନପୁର ଗ୍ରାମର ଅଧିବାସୀ, ସହିଦ ବୀର ଜବାନ ପ୍ରସନ୍ନ ସାହୁ, ୬୧ ବି.ଏନ୍. ସି.ଆର.ପି.ଏଫ୍., ଶିଖର ଗ୍ରାମର ଅଧିବାସୀ, ଜଗତସିଂହପୁର, ଓଡ଼ିଶା, ସହିଦ ବୀର ଯବାନ ନିତିନ ଶିବାଜୀ ରାଥୋଡ଼, ୦୩ ବି.ଏନ୍. ସି.ଆର.ପି.ଏଫ୍., ଜଳନା ଗ୍ରାମ, ମହାରାଷ୍ଟ୍ର, ସହିଦ ବୀର ଯବାନ ସଂଜୟ ରାଜପୁତ ୧୧ ବି.ଏନ୍. ସି.ଆର.ପି.ଏଫ୍., ମାଲକାପୁର ମହାରାଷ୍ଟ୍ର । ସେମାନଙ୍କର ପିତାମାତା, ପତ୍ନୀ ଏବଂ ପୁତ୍ରକନ୍ୟା ତଥା ପରିବାର ବର୍ଗଙ୍କୁ ସ୍ମତିଫଳକ ଏବଂ ଆର୍ଥିକ ସହାୟତା ଦେଇ ଏ ଉତ୍ସବରେ ଉତ୍ସାହିତ କରାଯାଇଛି । ଉତ୍ସବକୁ ସହୃଦୟତାର ସହିତ ପୈ÷ାରହିତ୍ୟ କରିଥିବା ମୁଖ୍ୟ ଅତିଥି ମନୋଜ କିଶୋରଭାଇ କୋଟାକ (ସମ୍ମାନନୀୟ ସାଂସଦ, ଉତର ପୂର୍ବ ମୁମ୍ବାଇ),  ପି.କେ.ଗୁହା, (ସିଇଓ ଏବଂ ଏମ୍.ଡ଼ି., ଯୁଭେନ୍ଟସ୍, ସ୍ୱାସ୍ଥ୍ୟରକ୍ଷା କମ୍ପାନୀ), ଗଜେନ୍ଦ୍ର ସିଂ ଚୈାହାନ (ପ୍ରସିଦ୍ଧ ଅଭିନେତା ଏବଂ ପୂର୍ବତନ ଚେୟାରମ୍ୟାନ ଏଫଟିଆଇଆଇ), ଲେପ୍ଟ. ଜେନରଲ କେ. ଟି. ପରନାୟକ (ପିଭିଏସଏମ, ୟୁଭିଏସଏମ, ୱାଇଏସଏମ, ଅବସରପ୍ରାପ୍ତ),  ଅନୁରାଧା ପଡୁୱାଲ (ସୂର୍ଯ୍ୟୋଦୟ ଫାଉଣ୍ଡେସନର ସଭାପତି ଏବଂ ପ୍ରସିଦ୍ଧ ଗୀତିକାର),  ରତନଜୀ ଶାରଦା (ଅଖିଳ ଭାରତୀୟ ପ୍ରଚାର ମଣ୍ଡଳ ସଦସ୍ୟ, ଇଲେକ୍ଟ୍ରୋନିକ ମିଡ଼ିଆ ରିଲେସନ ଇନଚାର୍ଯ) ମୁଖ୍ୟବକ୍ତା ଭାବରେ ଅଂଶଗ୍ରହଣ କରିଥିଲେ । ଏହିପରି ୫୦୦ରୁ ଉଦ୍ଦ୍ୱର୍ ଭାରତବର୍ଷର ସୁପ୍ରତିଷ୍ଠିତ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ ।  ଉତ୍ସବ ଉକ୍ରଳ ଜାଗୃତି ସେବା ସଂଘର ସମ୍ପାଦକ ବେଣୁଧର ବିଶ୍ୱାଳ, ସଭ୍ୟ ସିତାରାମ ପାଢୀ, ରାଧେଶ୍ୟାମ ପାଣିଗ୍ରାହୀ, ସଂଜୟ ପାଳ, ସତ୍ୟପ୍ରିୟ ସୁବୁଦ୍ଧି, ରଣଜିତ ମହାରାଣା, ସନ୍ତୋଷ ପ୍ରଧାନ, ଲକ୍ଷ୍ମୀଚରଣ ପାଣିଗ୍ରାହୀ, ମନୋରଂଜନ ପଣ୍ଡା, ସହଦେବ ବେହେରା, ସୁବାସ ବାଡତ୍ୟା, କୃଷ୍ଣଚନ୍ଦ୍ର ମହାରଣା ଏବଂ ଅନେକ ସ୍ୱେଚ୍ଛାସେବୀ ବନ୍ଧୁମାନଙ୍କୁ ନେଇ ଏହା ସଫଳତା ଲାଭ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ