ସୁଷମା ସ୍ୱରାଜଙ୍କ ବିୟୋଗରେ ତ୍ରିରଙ୍ଗା ଯୁବକ ସଙ୍ଘର ଶୋକ ସଭା

ହିଂଜିଳିକାଟୁ (ଶେଷଦେବ ସାହୁ): ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଟ ନେତ୍ରୀ ସୁଷମା ସ୍ୱରାଜଙ୍କ ମଙ୍ଗଳବାର ସନ୍ଧ୍ୟାରେ ହୃଦଘାତରେ ମୃତ୍ୟୁ ଘଟିଥିଲା । ଏ ନେଇ ହିଂଜିଳିକାଟୁ ତ୍ରିରଙ୍ଗା ଯୁବକ ସଙ୍ଘ ଓ ଡ଼ିସକଭରି ପକ୍ଷରୁ ବୁଧବାର ସନ୍ଧ୍ୟାରେ ଯିଂଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ କ୍ୟାଣ୍ଡେଲ ଶୋଭାଯାତ୍ରା ସହ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ଅମର ଆତ୍ମାର ସଦଗତି ନିମନ୍ତେ ଉପସ୍ଥିତ ସଭ୍ୟ ମାନେ ୨ ମିନଟ ନିରବ ପ୍ରାର୍ଥନା କରିଥିଲେ । ଆୟୋଜିତ ଶୋକସଭାରେ ସ୍ୱଭର୍ଗତା ସ୍ୱରାଜଙ୍କ ଗୁଣକିର୍ତନ କରାଯାଇଥିଲା । ତ୍ରିରଙ୍ଗା ଯୁବକ ସଙ୍ଘର ସଭାପତି ରଂଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପିର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ଦେବାନନ୍ଦ ମହାପାତ୍ର, ବିଜେପି ପୌରାଂଚଳ ସଭାପତି ମାଧବ ଗୌଡ଼, ପ୍ରଭାତ ମହାରଣା, ଶିବା ପାତ୍ର, ପଭୂଦତ ପାତ୍ର, ନିଳାଂଚଳ ମୁନି, ବିଶ୍ୱନାଥ ପୃଷ୍ଟି, ସରୋଜ ପାତ୍ର, ଶରତ ସାବତ, ହରପ୍ରସାଦ ସ୍ୱାଇଁ, କିଶାନ କୁମାର ପାତ୍ର, ସଂଜୟ କୁମାର ପଣ୍ଡା, ସନ୍ୟାସି ପୃଷ୍ଟିଙ୍କ ସମେତ ତ୍ରିରଙ୍ଗା ଯୁବକ ସଙ୍ଘ ଓ ଡ଼ିସକଭରିର ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ