ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ଚଢ଼ାଯାଏ ବିମାନ

ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ଲାଗୁଥିବ, ମାତ୍ର ଏହା ସମ୍ପୂର୍ଣ୍ଣ ସତ । ଆମ ଦେଶରେ ଏଭଳି ଏକ ଗୁରୁଦ୍ୱାର ରହିଛି, ଯେଉଁଠାରେ ଲୋକଙ୍କ ବିଦେଶ ଯିବା ମନସ୍କାମନା ପୂର୍ଣ୍ଣ ହେଲେ ପ୍ରସାଦ ସ୍ଥାନରେ ପ୍ଲାଷ୍ଟିକ୍ ବିମାନ ଭେଟି ଲାଗିଥାଏ । ପଞ୍ଜାବର ଜଳନ୍ଧର ଜିଲ୍ଲାର ତଲ୍ହନ୍ରେ ଅବସ୍ଥିତ ଶହୀଦ୍ ବାବା ନିହାଲ ସିଂହଙ୍କ ଗୁରୁଦ୍ୱାର ସାହିବ । କୁୂହାଯାଏ, କିଛି ଲୋକ ଏଠାରେ ବିଦେଶ ଯିବା ଆଶା ପୂରଣ ପାଇଁ ମାନସିକ କରିବାକୁ ଆସିଥାନ୍ତି । ଯେତେବେଳେ ଏହି ମାନସିକ ପୂରଣ ହୋଇଯାଏ, ସେତେବେଳେ କିଛି ଭେଟିସ୍ୱରୂପ ଗୁରୁଦ୍ୱାରରେ ଖେଳଣା ବିମାନ ଭେଟି ଚଢ଼ାଇଥାନ୍ତି । ଏବେ ଏହା ଏକ ପରମ୍ପରାରେ ପରିଣତ ହୋଇଛି । ଏହି ଗୁରୁଦ୍ୱାରା ପଞ୍ଜାବରେ ବହୁଚର୍ଚ୍ଚିତ । ପ୍ରତିବର୍ଷ ବାବା ନିହାଲ ସିଂହଙ୍କ ସ୍ମୃତିରେ ଏଠାରେ ଏକ ମେଳାର ଆୟୋଜନ ହୋଇଥାଏ । ସବୁଠୁ ବଡ଼ କଥା ମେଳାରେ ଭେଟିସ୍ୱରୂପ ପ୍ରଦତ୍ତ ବିମାନ ସାଜିଥାଏ ମୁଖ୍ୟ ଆକର୍ଷଣ । ଏଠାରେ ହଜାର ହଜାର ସଂଖ୍ୟକ ଖେଳଣା ବିମାନ ରହିଛି । ଯାହା ଗୁରୁଦ୍ୱାରର ଶୋଭାବର୍ଦ୍ଧନରେ ଆଉ ଏକ କାରଣ ସାଜିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ