ଚମକ୍ରାର ପଟ୍ଟି

ନୂଆଦିଲ୍ଲୀ: ଆଇଆଇଟି ଦିଲ୍ଲୀର ଛାତ୍ରଛାତ୍ରୀ ମିଳିତ ଭାବେ ଏକ ପଟ୍ଟି ବାହାର କରିଛନ୍ତି । ଯାହାକି ବର୍ଣ୍ଣ ଇନ୍ଜୁରି ଚିକିତ୍ସା ପାଇଁ ରାମବାଣ ଭାବେ କାମ କରିବ । ଏହାର ବ୍ୟବହାର ସେକେଣ୍ଡ ଡିଗ୍ରୀ ବର୍ଣ୍ଣ ଇନ୍ଜ୍ୟୁରି (ଯେଉଁ କ୍ଷତ ଚିହ୍ନ ଗଭୀର ହୋଇଥିବ) ପାଇଁ କରାଯିବ । ଏହି ଚମକ୍ରାର ପଟ୍ଟିକୁ ଗୋପେନ୍ଦ୍ର, ଆରାଧନା ଓ କୀର୍ତ୍ତିକା ପ୍ରଫେସରଙ୍କ ସହିତ ମିଶି ପ୍ରସ୍ତୁତ କରିଛନ୍ତି । ଏହି ପଟ୍ଟି ବ୍ୟବହାର ଫଳରେ ପୋଡା କ୍ଷତ ଖୁବ୍ ଅଳ୍ପ ଦିନରେ ଭରି ଯିବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ପଟ୍ଟିକୁ ବ୍ୟବହାର ଦ୍ୱାରା ଶରୀରର କୌଣସି କ୍ଷତ ଚିହ୍ନ ରହିବ ନାହିଁ । ଏହାର ସଫଳ ପରୀକ୍ଷଣ ଏମ୍ସ ସହିତ ମିଶି କରାଯାଇଛି । ଏହି ପଟ୍ଟିକୁ ଜେଲୋଟେନିରୁ ପ୍ରସ୍ତୁତ କରାଯାଇଛି । ଜେଲୋଟେନି ଆମର ମସଲ ଟିସୁଜରେ ମହଜୁଦ ରହିଥାଏ । ଯେଉଁ କାରଣରୁ କୋଲୋଜନ ଶରୀରରେ ଅଧିକ ମାତ୍ରାରେ ବନିଥାଏ । ପୋଡି ଯାଇଥିବା କ୍ଷତ ଚିହ୍ନ ଉପରେ ଏହାର ବ୍ୟବହାର ଦ୍ୱାରା ନୂଆ ଚର୍ମ ବନିବାକୁ ଲାଗିଥାଏ ଓ ଚର୍ମରେ ଥିବା ମହଜୁଦ ବର୍ଣ୍ଣ ଇନ୍ଜ୍ୟୁରିର ଚିହ୍ନକୁ ସବୁଦିନ ପାଇଁ ଏହା ହଟାଇ ଦେଇଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ