ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ । କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ ଦେଶରେ ଏମିତି ସଡ଼କ ନିର୍ମାଣ କରାଯାଇଛି । କାରଣ ରାସ୍ତାରେ ଯିବା ସମୟରେ ବେଳେବେଳେ ଡ୍ରାଇଭରଙ୍କୁ ନିଦ ଲାଗିବାରୁ ଦୁର୍ଘଟଣା ହୋଇଥାଏ । କିନ୍ତୁ ସଙ୍ଗୀତ ଶୁଣିଲେ ଆଉ ଡ୍ରାଇଭରଙ୍କୁ ନିଦ ଲାଗି ନ ଥାଏ । ତେଣୁ ସହଜରେ ଦୁର୍ଘଟଣାକୁ ଏଡାଯାଇପାରେ । ଆମେରିକା କାଲିଫର୍ନିଆର ଗ୍ଲସେଷ୍ଟର ସହରରେ ରହିଛି ଏମିତି ଏକ ମ୍ୟୁଜିକାଲ ରୋଡ୍ । ଏହି ରାସ୍ତାରେ ସ୍ଥାନେ ସ୍ଥାନେ ମ୍ୟୁଜିକର ଧୁନ୍ ଶୁଣିବାକୁ ମିଳେ । ଏଥିପାଇଁ ରାସ୍ତାକଡରେ କେତେକ ମ୍ୟୁଜିକ୍ ସିଷ୍ଟମ ଖଞ୍ଜି ଦିଆଯାଇଛି । ଅବଶ୍ୟ ପ୍ରଥମେ କେତେକେ ଏହାକୁ ବାରଣ କରିଥିଲେ । ହେଲେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକଙ୍କ ଅନୁରୋଧକ୍ରମେ ପୁଣିଥରେ ରାସ୍ତାକଡରେ କେତେକ ସ୍ଥାନରେ ମ୍ୟୁଜିକ ସିଷ୍ଟମର ବ୍ୟବସ୍ଥା କରାଯାଇଛି । ତେବେ ଘଣ୍ଟାକୁ ୫୫ କିଲୋମିଟର ବେଗରେ ଯାଉଥିବା ଲୋକେ ଏହି ମ୍ୟୁଜିକର ମଜା ନେଇପାରିବେ । ଡେନ୍ମାର୍କରେ ରହିଛି “ଦ ଅସଫାଲଟୋଫୋନ୍’ ନାମକ ଏକ ମ୍ୟୁଜିକାଲ ରୋଡ । ଏହା ବିଶ୍ୱର ପ୍ରଥମ ମ୍ୟୁଜିକାଲ ରୋଡ ବୋଲି ଦାବି କରାଯାଉଥିବାବେଳେ ୧୯୯୫ରେ ଏହାର ନିର୍ମାଣ କରାଯାଇଥିବା କୁହାଯାଏ । ତେବେ ଏହି ସଡ଼କର ବିଶେଷତ୍ୱ ହେଉଛି ଏହା ଉପର ଦେଇ ଯାତ୍ରା କରୁଥିବା ଲୋକେ କିଛି ସମୟ ଅନ୍ତରାଳରେ ଭିନ୍ନ ଭିନ୍ନ ପ୍ରକାରର ମ୍ୟୁଜିକ ଶୁଣିବାର ମଜା ଉଠାଇପାରିବେ । ଖାଲି ସେତିକି ନୁହେଁ, ଜାପାନ, ନ୍ୟୁ ମେକ୍ସିକା ଓ ଦକ୍ଷିଣ କୋରିଆରେ ମଧ୍ୟ ରହିଛି ଏମିତି କିଛି ମ୍ୟୁଜିକାଲ ରୋଡ୍ । ଏବେ ଅନ୍ୟ ଦେଶଗୁଡିକ ମଧ୍ୟ ମ୍ୟୁଜିକାଲ ରୋଡ ନିର୍ମାଣ କରିବାକୁ ଯୋଜନା କରୁଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ