ବାଲିମାଫିଆଙ୍କ ରାଜ ସରକାରଙ୍କ ରାଜସ୍ୱ ହାନୀ

ନାଉଗାଁ, (ଓ୍ବାଇଏନ୍ଏସ୍) : ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅଧିନ ଦେବୀ ନଦୀ ଉପରେ ରହିଛି ଗଳଦାରୀ-ଦେବୀଦୋଳ ସେତୁ । କିନ୍ତୁ ଏହି ସେତୁ ଆଡକୁ ବିପଦ ଟାଣି ନେଉଛି ଏରେଡା ବାଲିଘାଟ ନିକଟରୁ ବେଆଇନ ବାଲି ଚାଲାଣ । ଏହି ସେତୁ ଠାରୁ ୫ ଶହ ମିଟର ପରେ ବାଲି ଉତୋଳନ କରାଯିବାର ବ୍ୟବସ୍ଥା ରହିଥିବା ବାଲି ମାଫିଆ ମାନେ ୨ ଶହ ରୁ ୩ ଶହ ମିଟର ବ୍ୟବଧାନ ଭିତରେ ବାଲି ଉତୋଳନ କରୁଥିବା ଜଣାଯାଇଛି । ସୂଚନା ମୁତାବକ ନାଉଗାଁ ବ୍ଲକର ଗଜରାଜପୁର ପଂଚାୟତର ଦେବୀଦୋଳ ଓ ଗଳଦାରୀ ପଂଚାୟତ ଗଳଦାରୀକୁ ସଂଯୋଗ କରୁଥିବା ଏହି ସେତୁକୁ ଗଳଦାରୀ-ଦେବୀଦୋଳ ସେତୁ ଭାବେ ନାମ କରଣ କରାଯାଇ ନିର୍ମାଣ କରାଯାଇଛି । ଏହି ସେତୁ ନିର୍ମାଣ ହେବା ଦ୍ୱାରା ନାଉଗାଁ ବ୍ଲକରୁ ଜନସାଧାରଣମାନେ ସହଜରେ ଭୁବନେଶ୍ୱର, କଟକ ଆଦି ସ୍ଥାନକୁ ଯାତାୟତ କରିପାରୁଛନ୍ତି । ବିଶେଷକରୀ ଗଳଦାରୀ ପଂଚାୟତ ଜନସାଧାରଣମାନେ ନିଜ ଜିଲ୍ଲା ତଥା ବ୍ଳକକୁ ଯାତାୟତ କରିପାରୁଛନ୍ତି । କିନ୍ତୁ ଏହି ସେତୁ ଉପରେ ଏବେ ଧିରେ ଧିରେ ବିପଦ ମାଡି ଆସୁଥିବା ଅଭିଯୋଗ ହେଉଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେବୀନଦୀର ଏରେଡା ବାଲିଘାଟକୁ ସରକାରୀ ଭାବେ ନିଲାମ ଆକାରରେ ଦିଆଯାଇଛି । ଏହି ବାଲିଘାଟରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଘାଟରୁ ପର୍ଯ୍ୟାପ୍ତ ପରିମାଣର ବାଲି ଉତୋଳନ ହୋଇପାରୁନଥିବା ଜଣାଯାଇଛି । ବାଲି ଉତୋଳନ ସଠିକ ଭାବେ ହୋଇ ପାରୁନଥିବାରୁ କିଛି ବାଲି ମାଫିଆ ବେଆଇନ ଭାବେ ଗଳଦାରୀ-ଦେବୀଦୋଳ ସେତୁ ଠାରୁ ପ୍ରାୟ ୨ ଶହ ରୁ ୩ଶହ ମିଟର ବ୍ୟବଧାନ ଭିତରେ ବେଆଇନ ଭାବେ ବାଲି ଉତୋଳନ କରୁଥିବା ଜଣାଯାଇଛି । ଏପରିକି ଏକକାଳିନ ୨ ରୁ ଉର୍ଦ୍ଧ ଜେସିବି ସାହାର୍ଯ୍ୟରେ ୧୦ ରୁ ଉର୍ଦ୍ଧ ହାଇୱା ଗାଡିରେ ବାଲି ଚାଲାଣ କରାଯାଉଥିବା ଜଣାଯାଇଛି । ଯାହାଫଳରେ ସରକାରଙ୍କ ଲକ୍ଷାଧିକ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ବାଲି ମାଫିଆମାନେ ବେଆଇନ ଭାବେ ବାଲି ଉତୋଳନ କରିବା ସହିତ ସେତୁ ଠାରୁ କମ ବ୍ୟବଧାନରେ ବାଲି ଉତୋଳନ କରୁଥିଲେ ମଧ୍ୟ ପ୍ରଶାସନ ଜାଣି ନ ପାରିବା ପ୍ରଶାସନର କାର୍ଯ୍ୟଦକ୍ଷତା ପ୍ରତି ସାଧାରଣରେ ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ପ୍ରକାଶ ଥାଉକି ଏରେଡା ବାଲିଘାଟର ନିଲାମ ଅବଧି ୨୦୨୦ ମାର୍ଚ୍ଚ ଶେଷ ହୋଇଥିଲେ ମଧ୍ୟ ଲକ ଡାଉନ ପାଇଁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଉଛି । ଉକ୍ତ ବାଲି ଘାଟରୁ ମାର୍ଚ୍ଚ ମାସ ଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ୧ ହଜାର ସି.ଏମ ବାଲି ଉତୋଳନ କରାଯିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି । ଉଚ୍ଚ କତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ