ସ୍ମାର୍ଟ ଟାୟାର ପ୍ରଯୁକ୍ତି ଟ୍ରିଲ ସେନସରର ଶୁଭାରମ୍ଭ
ରାଡିଆଲ ପ୍ରଯୁକ୍ତି ପରେ ଭାରତୀୟ ଟାୟାର ବଜାରରେ ବୈପ୍ଳବିକ ପରିବର୍ତନ ଆଣି ଟ୍ରକ, ବସ୍ ଓ କାର ଟାୟାରର ସ୍ମାର୍ଟ ଯାଂଚ ଓ ରକ୍ଷଣାବେକ୍ଷଣ ପାଇଁ ଜେକେ ଟାୟାର ପକ୍ଷରୁ ଟ୍ରିଲ ସେନସରର ଶୁଭାରମ୍ଭ କରାଯାଇଛି । ଏହି ଘୋଷଣା କମ୍ପାନୀର ଟ୍ରିଲ ମୋବିଲିଟି ସଲ୍ୟୁସନର ଅଧିଗ୍ରହଣ ପରେ କରାଯାଇଛି ।ଜେକେ ଟାୟାର ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ରଘୁପତି ସିଂଘାଣିଆ ଙ୍କ ମତରେ ଟ୍ରିଲ ସେନସର ବ୍ୟବହାର ମାଲବୁହା ଭାରିଯାନ ଓ ଯାତ୍ରୀବାହି ଗାଡି ମାଲିକ ମାନଙ୍କର ଚାଳନାଗତ ଖର୍ଚ୍ଚ କମାଇବାରେ ସାହାଯ୍ୟ କରିବ । ଆମର ‘ମେକ ଇନ ଇଣ୍ଡିଆ’ ପ୍ରତି ପ୍ରତିଶୃତି ବଦ୍ଧତା ମୁତାବକ ଟ୍ରିଲ ସେନସର ପୁନେ ସ୍ଥିତ କାରଖାନାରେ ଡିଜାଇନ ହେବା ସହ ତିଆରି ମଧ୍ୟ ହେବ । ଟ୍ରିଲ ସେନସର ସହାୟତାରେ କମ୍ପାନୀ ପକ୍ଷରୁ ଟାୟାର ପ୍ରେସର ମନିଟରିଂ ସିଷ୍ଟମ (ଟିପିଏମଏସ) ଆରମ୍ଭ କରାଯାଇଛି । ଏହାଦ୍ୱାରା ଟାୟାରର ପ୍ରେସର ଓ ଉତାପକୁ ନିରିକ୍ଷଣ କରିହେବ ।