ନିର୍ବାଚନ ପରିଚାଳନା ପାଇଁ ବିଜେପିର ପ୍ରଭାରୀ ଘୋଷଣା

(ଯୁଗାବ୍ଦ ନ୍ୟୁଜ ) ଆଗକୁ ୪ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ । ଏଥିପାଇଁ ଭାରତୀୟ ଜନତା ପାର୍ଟୀ ବହୁ ପୁର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଶୁକ୍ରବାର ଦଳ ତାର ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ନାମ ଘୋଷଣା କରିଛି । ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ନିର୍ବାଚନ ପ୍ରଭାରୀ ଭାବେ ନିଯୁକ୍ତି ଦେଇଥିବାବେଳେ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ଓ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କୁ ସହ ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି । ସେହିପରି ମହାରଷ୍ଟ୍ର ବିଧାନସଭା ପାଇଁ ବିଜେପି ରଷ୍ଟ୍ରିୟ ମହାସଚିବ ଭୁପେନ୍ଦ୍ର ଯାଦବ ପ୍ରଭାରୀ ରହିଥିବାବେଳେ ସହ ପ୍ରଭାରୀ ଭାବେ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ ଓ କର୍ଣ୍ଣାଟକ ପୁର୍ବତନ ବିଧାୟକ ଲକ୍ଷ୍ମଣ ସାବଧୀଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ହରିଆଣା ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରଭାରୀ ଥିବାବେଳେ ୟୁପି ମନ୍ତ୍ରୀ ଭୁପେନ୍ଦ୍ର ସିଂଙ୍କୁ ସହପ୍ରଭାରୀ ଦାୟିତ୍ୱ ମିଳିଛି । ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ରଷ୍ଟ୍ରୀୟ ମହାସଚିବ ଓମ ପ୍ରକାଶ ମାଥୁର ପ୍ରଭାରୀ ଭାବେ ନିଯୁକ୍ତି ପାଇଥିବାବେଳେ ବିହାର ମନ୍ତ୍ରୀ ନନ୍ଦ କିଶୋର ଯାଦବଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ