ଓଡିଶା ଜନସେବା ସଂଗଠନ ପକ୍ଷରୁ ସଖୀବଟ ସଫେଇ ସହ ବିଭିନ୍ନ ସମସ୍ୟା ସମାଧାନ ନେଇ ଆଲୋଚନା

ଓଡିଶା ଜନସେବା ସଂଗଠନ ପକ୍ଷରୁ ସଖୀବଟ ସଫେଇ ସହ ବିଭିନ୍ନ ସମସ୍ୟା ସମାଧାନ ନେଇ ଆଲୋଚନା
କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ଗୁପ୍ତକ୍ଷେତ୍ର ଭାବେ ଖ୍ୟାତି ଲାଭ କରିଥିବା ପବିତ୍ର ଶାନ୍ତିପୀଠ ସଖୀବଟକୁ ପ୍ରତ୍ୟେକ ଦିନ ଶତାଧିକ ଶ୍ରଦ୍ଧାଳୁ ସିଦ୍ଧ ବଳଦେବଜୀଉଙ୍କ ଦର୍ଶନ ନିମନ୍ତେ ଆସିଥାନ୍ତି । ଦୈନିକ ଏକାଧିକ ବିବାହ କିମ୍ବା ବ୍ରତୋପନୟନ ଏଠାରେ ଅନୁଷ୍ଠିତ ହୋଇଥାଏ । ଏହି ସ୍ଥାନକୁ ଗମନାଗମନ ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି । ଏତଦବ୍ୟତିତ ଏଠାକାର ପରିବେଶ ବା ପରିସର ଆବର୍ଜନାରେ ଯେପରି ଢାଙ୍କି ହୋଇ ରହିଛି । ଏହାକୁ ଦୃଷ୍ଟିରେ ରଖି କୋଭିଡ ନିୟମ ପାଳନ ପୂର୍ବକ ପ୍ରତୀକାତ୍ମକ ଭାବେ ଓଡିଶା ଜନସେବା ସଂଗଠନ ପକ୍ଷରୁ ରାଜ୍ୟ ସଭାପତି ଶୋଭନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଜିଲ୍ଲା କାର୍ଯ୍ୟାଳୟ ଅଧିକାରୀ ବିକାଶ ସ୍ୱାଇଁଙ୍କ ନେତୃତ୍ୱରେ ଏକ ୧୦ଜଣିଆ ପ୍ରତିନିଧି ଦଳ ଏହି ସଖୀବଟ ପରିସରକୁ ସମ୍ପୁର୍ଣ୍ଣ ରୂପେ ସଫେଇ କରିବା ସହିତ ବିଭିନ୍ନ ସମସ୍ୟାକୁ ନେଇ ସଖୀବଟ ଉନ୍ନୟନ ପରିଷଦ ସହ ଆଲୋଚନା କରିଛନ୍ତି । ଭବିଷ୍ୟତରେ ଏହି ସମସ୍ୟା ଗୁଡିକ ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯିବା ସହିତ ଏହାର ସମାଧାନର ରାସ୍ତା ବାହାର କରାଯିବ ଏବଂ ଏହି ଅଂଚଳର ବ୍ୟାପକ ପ୍ରଚାର ପ୍ରସାର ମଧ୍ୟ ଜିଲ୍ଲା ପ୍ରଶାସନର ଧ୍ୟାନଆକର୍ଷଣ କରାଯିବ ବୋଲି ସଂଗଠନର ରାଜ୍ୟ ସଭାପତି ଶ୍ରୀ ଆଚାର୍ଯ୍ୟ ପ୍ରତିଶୃତି ଦେଇଥିଲେ । ଏଥିସହ ଏହି ସମସ୍ୟା ଗୁଡିକ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ମଧ୍ୟ ଜାରି କରିଥିଲେ ଶ୍ରୀ ଆଚାର୍ଯ୍ୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ