ଗୀତିକବି ସ୍ୱର୍ଗତ ଦିଲ୍ଳୀପ ବେହୁରାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି
ଭୁୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଜଣାଶୁଣା ଗୀତିକବି ଦିଲ୍ଲୀପ କୁମାର ବେହୁରାଙ୍କ ଆକସ୍ମିକ ବିୟୋଗରେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଗଭୀର ଶ୍ରଦ୍ଧାଞ୍ଜଳି ବ୍ୟକ୍ତ କରିବା ସହିତ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛି । ଏହି ଅବସରରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଥିରେ ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଟ୍ରଷ୍ଟର ସଭାପତି ଜିତେନ୍ଦ୍ର କୁମାର ଜେନା, ସମ୍ପାଦକ ବିବେକାନନ୍ଦ ବାରିକ, ଉପଦେଷ୍ଟା ବିକାଶ ଚନ୍ଦ୍ର ପଟ୍ଟନାୟକ, ନବକିଶୋର ବେହେରା, ଆନନ୍ଦ ବଜାର ବ୍ୟବସାୟୀ ସଂଘ ତରଫରୁ ସମାଜସେବୀ ଚିତ୍ରସେନ ବେହେରା, ବିକାଶ ମହାନ୍ତି, ସୁରେଶ ରାଉତରାୟ, ଜ୍ଞାନ ମିଶ୍ର, ଜିତୁ ମହାପାତ୍ର, ସୁରେଶ ଦାସ ପ୍ରମୁଖ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଭାଷା ସଂସ୍କୃତି ସମାଜର ପ୍ରତିଷ୍ଠାତା ସମ୍ପାଦକ ଭାବରେ ଓଡ଼ିଆ ସାହିତ୍ୟକୁ ଅଧିକ ଲୋକାଭିମୁଖୀ କରିବାରେ ତାଙ୍କର ଭୂମିକା ଥିଲା ଅନନ୍ୟ । ପ୍ରତି ମାସର ତୃତୀୟ ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରାଜଧାନୀ ସଂସଦ ପରିସରରେ ସାହିତ୍ୟ ଆଲୋଚନା ସହିତ କବିତା ପାଠ ଅନୁଷ୍ଠିତ ହୋଇଥାଏ । ଅନେକ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗ୍ରାମ୍ୟ ଜୀବନକୁ ନେଇ ତାଙ୍କ ରଚିତ ‘ମୋ ଗାଁ ମୋ ମାଟି’ ପୁସ୍ତକ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅନବଦ୍ୟ ଦାନ । ଏହି ଅବକାଶରେ କବି ଗୋଲକ ବିହାରୀ ନାୟକ, ପୂର୍ଣ୍ଣାନନ୍ଦ ମହାନ୍ତି, ବିମ୍ବାଧର ବାରିକ, ଚମକ ଚାନ୍ଦିନୀ ଦାଶ, ନିରୁପମା କର, ବଂଶୀଧର ସେଠୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


