ଓପୋର ଏଫ୍୧୫ ସ୍ମାର୍ଟଫୋନ୍ର ନୂତନ ସଂସ୍କରଣର ଶୁଭାରମ୍ଭ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଅଗ୍ରଣୀ ଆନ୍ତର୍ଜାତୀୟ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ପକ୍ଷରୁ ଏହାର ବେଷ୍ଟ ସେଲିଙ୍ଗ୍ ଏଫ୍ ସିରିଜ୍ ସ୍ମାର୍ଟଫୋନ୍ ଓପୋ ଏଫ୍୧୫ ର ନୂତନ ଷ୍ଟୋରେଜ୍ ଭାରିଆଂଟ୍ର ଲଂଚ୍ ଘୋଷଣା କରାଯାଇଛି । ପୂର୍ବରୁ ୪ଜିବି + ୧୨୮ଜିବି ଭାରିଆଂଟ୍ରେ ଉପଲବ୍ଧ ହେଉଥିବା ଏହି ସ୍ମାର୍ଟଫୋନ୍ ଏବେ ୪ଜିବି + ୧୨୮ଜିବି ଭାରିଆଂଟ୍ରେ ମଧ୍ୟ ଉପଲବ୍ଧ ହେବ । ଓପୋ ଏଫ୍୧୫ ହେଉଛି ପ୍ରିମିୟମ ଡିଜାଇନ୍ ଓ ଅତୁଳନୀୟ ପ୍ରଦର୍ଶନର ଏକ ଉପଯୁକ୍ତ ସମ୍ମିଶ୍ରଣ । ଏହା ଗ୍ରାହକଙ୍କ ଦୈନିକ ବ୍ୟବହାର ଚହିଦାକୁ ପୂରଣ କରିବା ସହିତ ସେମାନଙ୍କର ଷ୍ଟାଇଲ୍କୁ ମ୍ୟାଚ୍ କରିବା ସହ ସେମାନଙ୍କୁ ନିଜର କୁଲ୍ନେସ୍ ପ୍ରଦର୍ଶିତ କରିବାକୁ ସକ୍ଷମ କରିଥାଏ । ଏକ ଡିଜାଇନ୍ ମାର୍ବଲ ଭାବେ ଓପୋ ଏଫ୍୧୫ର ଓଜନ ମାତ୍ର ୧୭୨ଜି ରହିଥିବା ବେଳେ ମୋଟେଇ ୭.୯ ଏମ ଏମ ରହିଛି, ଯାହାକି ଏହାକୁ ଏହି ମୂଲ୍ୟ ବର୍ଗରେ ସବୁଠାରୁ ପତଳା ଡିଜାଇନ୍ର ଓ ଟ୍ରେଣ୍ଡି ଲୁକ୍ ଥିବା ସ୍ମାର୍ଟଫୋନ୍ରେ ପରିଣତ କରୁଛି । ଏହାର ଆକର୍ଷଣୀୟ ଫିଚର ଓ ଟ୍ରେଣ୍ଡି ଡିଜାଇନ୍ ଏହାକୁ ଉପଯୁକ୍ତ ସ୍ମାର୍ଟଫୋନ୍ ପସନ୍ଦରେ ପରିଣତ କରୁଛି । ଉପଭୋକ୍ତାଙ୍କ ଦ୍ୱାରା ଏହାର ସ୍ଲିକ୍ ଓ ହାଲୁକା ଡିଜାଇନ୍ ପାଇଁ ବ୍ୟାପକ ରୂପେ ପ୍ରଶଂସିତ ଓପୋ ଏଫ୍୧୫ଗୋଟିଏ ହାତରେ ଆରାମଦାୟକ ଭାବେ ଫିଟ୍ ହୋଇଥାଏ ଏବଂ ଭାରି ଅନୁଭବ ବିନା ପକେଟ୍ରେ ଫିଟ୍ ରହିଥାଏ । ଏକ ସୁଗମ ଅନ୍ଲକ୍ ଅଭିଜ୍ଞତା ପ୍ରଦାନ କରୁଥିବା ଫାଷ୍ଟ ଇନ୍-ଡିସ୍ପ୍ଲେ ଫିଙ୍ଗରପ୍ରିଂଟ୍ ଅନ୍ଲକ୍ ୩.୦ ଦ୍ୱାରା ସୁରକ୍ଷିତ, ଫୋନ୍କୁ ୩୦ ମିନିଟ୍ ଚାର୍ଜରେ ୫୦% ଚାର୍ଜ କରୁଥିବା ୨୦ଡବ୍ଲୁ ଭୋକ ଫ୍ଲାସ୍ ଚାର୍ଜ ୩.୦ ସହିତ ଫାର୍ଷ୍ଟ ଚାର୍ଜିଙ୍ଗ୍ ସପୋର୍ଟ ଓ ଏକ ୪୦୦୦ଏମଏଏଚ୍ ବ୍ୟାଟେରୀ ସହିତ ଓପୋ ଏଫ୍୧୫ ଉପଭୋକ୍ତାଙ୍କୁ ଏକ ବାଧାହୀନ ଅଭିଜ୍ଞତା ପାଇଁ ଦୀର୍ଘ ସମୟ ପ୍ରଦାନ କରିଥାଏ । ଓପୋ ଏଫ୍୧୫ ୪୮ଏମ୍ପି ଅଲ୍ଟ୍ରା ୱାଇଡ୍-ଆଙ୍ଗେଲ୍ ମାକ୍ରୋ କ୍ୱାଡ୍କ୍ୟାମ୍ ଦ୍ୱାରା ସୁସଜ୍ଜିତ ଯାହାକି ଅଧିକ ଚଉଡା ଆଙ୍ଗେଲ୍ରେ ମଧ୍୍ର ଚମତ୍କାର ସଟ୍ ଡେଲିଭର କରିଥାଏ । ଏଫ୍/୨.୦ଆପେର୍ଚର ସହିତ ୧୬ଏମ୍ପି ସେଲ୍ଫି କ୍ୟାମେରା ଓ ଏଆଇ ଭିଡିଓ ବିୟୁଟିଫିକେସନ ଫିଚର ପଛରେ ଥିବା ନୂତନ ଆଲ୍ଗୋରିଦମ୍ କଷ୍ଟମାଇଜ୍ଡ ବିୟୁଟିଫିକେସନ ଆଡ୍ଜଷ୍ଟମେଂଟ୍ସ ପ୍ରଦାନ କରିଥାଏ, ଯାହା ଫେସିଆଲ ଡିଟେଲକୁ ଅପ୍ଟିମାଇଜ୍ କରିଥାଏ । ୨୪୦୦ + ୧୦୮୦ରିଜୋଲୁସନ ଥିବା ଏଫଏଚ୍ଟି+ ଅମୋଲଏଡ୍ ସହ ଜଡିତ ଏକ ୯୦.୭% ସ୍କ୍ରିନ୍-ଟୁ-ବଡି ରେସିଓ ସହିତ, ଓପୋ ଏଫ୍୧୫ ଏକ ଅଲ୍ଟ୍ରା-କ୍ଲିୟର ଓ ନିମଜ୍ଜିତ ଦୃଶ୍ୟତା ଅଭିଜ୍ଞତା ପ୍ରଦାନ କରୁଛି । ଏହି ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ସ୍ମାର୍ଟଫୋନ୍ ୩ଟି କଲର୍ କମ୍ବିନେସନ୍ ଯେପରିକି ୟୁନିକର୍ଣ୍ଣ ହ୍ୱାଇଟ୍, ଲାଇଟ୍ନିଙ୍ଗ୍ ବ୍ଲାକ୍ ଓ ବ୍ଲେଜିଙ୍ଗ୍ ବ୍ଲୁରେ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନ୍ର ମେମୋରୀକୁ ଏକ ସମର୍ପିତ ୩ କାର୍ଡ ସ୍ଲଟ୍ ସହିତ ୨୫୬ଜିବି ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇପାରିବ ଏବଂ ଏହା ଏକ ସୁଗମ ସ୍ମାର୍ଟଫୋନ୍ ଅଭିଜ୍ଞତା ପ୍ରଦାନ କରୁଥିବା ମେଡିଆଟେକ ପି୭୦ ଦ୍ୱାରା ପରିଚାଳିତ । ଏହା ଖୁବ୍ଶୀଘ୍ର ଅତ୍ୟାଧୁନିକ କେଲୋର ଓସ୍ ୭ ର ଅପ୍ଡେଟ୍ ରିସିଭ୍ କରିବ, ଯାହାକି ଉପଭୋକ୍ତାଙ୍କ ପାଇଁ ସର୍ବାଧିକ ପରିଭାଷିତ ଓ ପ୍ରାକୃତିକ ସ୍ମାର୍ଟଫୋନ୍ ଅନୁଭବ ପାଇବା ନିଶ୍ଚିତ କରିବ । ନୂଆ ଓପୋ ଏଫ୍୧୫ ୪ଜିବି + ୧୨୮ଜିବି ଭାରିଆଂଟ୍ ଅନ୍ଲାଇନ୍ ଓ ଅଫ୍ଲାଇନ୍ ପ୍ଲାଟ୍ଫର୍ମଗୁଡିକରେ ଆସନ୍ତା ଆସନ୍ତା ୨୭ ଜୁଲାଇ,୨୦୨୦ ଉପଲବ୍ଧ ହେବ ।


