ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା କୁଟୁରା ବନ ବିଭାଗକୁ ହସ୍ତାନ୍ତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜିରାଙ୍ଗ ଗ୍ରାମ ଠାରେ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଥିବା ଏକ କୁଟୁରା ବନବିଭାଗକୁ ହସ୍ତାନ୍ତର କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଏହି କୁଟୁରାଟି ରବିବାର ସକାଳ ପ୍ରାୟ ୧୧.୩୦ ସମୟରେ ଜିରାଙ୍ଗ ନିକଟସ୍ଥ ଜଙ୍ଗଲ ଅଞ୍ଚଳରୁ କୌଣସି କାରଣରୁ ଗ୍ରାମମୁଖା ହୋଇ ଜିରାଙ୍ଗ ଗ୍ରାମକୁ ଚାଲି ଆସିଥିଲା । ସେଠାରେ ସ୍ଥାନୀୟ ବାସିନ୍ଦାମାନେ କୁଟୁରାଟିକୁ ଧରିବାପାଇଁ ଚେଷ୍ଟା କରିବାରୁ ଉକ୍ତ କୁଟୁରା ଜଣକ ଗୃହରେ ପଶି ରହିଥିଲା । ସେଠାରେ ଗ୍ରାମବାସୀମାନେ ତାକୁ ଧରିବାପାଇଁ ଉଦ୍ଦ୍ୟମ କରିବାରୁ ସେହି କୁଟୁରାଟି ନିକଟରେଥିବା ଏକ କୁଅଁରେ କୌଣସି କାରଣରୁ ପଡିଯାଇଥିଲା । ପରେ କୌଣସି ମତେ ଉକ୍ତ କୁଟୁରାକୁ ସ୍ଥାନୀୟ ବାସିନ୍ଦାମାନେ ଉଦ୍ଧାର କରି ରାମଗିରି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ରାମଗିରି ବନାଞ୍ଚଳର କର୍ମଚାରୀମାନେ ଉକ୍ତ କୁଟୁରାକୁ ଉଦ୍ଧାର ରାମଗିରି ନେଇ ସେଠାରେ ଚିକିତ୍ସା ଚଳାଇଛନ୍ତି । ଉଦ୍ଧାର ହୋଇଥିବା ଏହି ଅହତ କୁଟୁରା ଚିକିତ୍ସିତ ହୋଇ ସ୍ୱାସ୍ଥ୍ୟ ଭଲ ହେବା ପରେ ସେହି କୁଟୁରାକୁ ଜଙ୍ଗଲ ଅଞ୍ଚଳରେ ଛାଡାଜିବ ବୋଲି ରାମଗିରି ବନବିଭାଗ ସୁତ୍ରରୁ ପ୍ରକାଶ ।