ବିଭିନ୍ନ ସ୍ଥାନରେ ବିଶ୍ବ ଆଦିବାସୀ ଦିବସ ପାଳିତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସଂଯୁକ୍ତରାଷ୍ଟ୍ର ସମୁହର ଆହ୍ବାନ କ୍ରମେ ସମଗ୍ର ବିଶ୍ବର ବିଭିନ୍ନ ଦେଶରେ ଥିବା ଆଦିବାସୀ ଜନଜାଜାତି ସମ୍ପ୍ରଦାୟ ପକ୍ଷରୁ ଅଗଷ୍ଟ ମାସର ୦୯’ତାରିଖ ଦିନ ବିଶ୍ବ ଆଦିବାସୀ ଦିବସ କୁ ମହା ସମାରୋହରେ ପାଳନ କରିଥାନ୍ତି।ହଜାର ହଜାର ବର୍ଷ ପୂର୍ବରୁ ବିଭିନ୍ନ ଦେଶ ମାନଙ୍କରେ ବସବାସ କରୁଥିବା ଆଦିବାସୀ ସମାଜ ଅବହେଳିତ,ଅତ୍ୟାଚାରିତ ଓ ମୌଳିକ ଅଧିକାରରୁ ବଞ୍ଚିତ ହେବା ସହିତ ସ୍ବତନ୍ତ୍ର ଭାବେ ନିଜ ଭାଷା,ଚାଲିଚଳନ,ବେଶଭୂଷା ଓ ପରମ୍ପରା କୁ ନେଇ ନିଜ ସମାଜ ମଧ୍ୟରେ ସ୍ବତନ୍ତ୍ର ରହୁଥିବା ବିଭିନ୍ନ ଦେଶର ଆଦିବାସୀ ସମାଜ ନିଜ ଅସ୍ତିତ୍ବ ହରାଇବା ସହିତ ଲୋପ ପାଇବାକୁ ବସୁଥିବା ଦେଖି ସଂଯୁକ୍ତରାଷ୍ଟ୍ର ସମୁହ ୧୯୯୪’ ମସିହାରେ ଅନ୍ତର୍ଜାତିୟ ସ୍ତରରେ ଅଗଷ୍ଟ ୦୯’ତାରିଖ ଦିନ ବିଶ୍ବ ଆଦିବାସୀ ଦିବସ ପାଳନ କରାଯିବାର ନିଷ୍ପତ୍ତି ନେଇଥିଲେ।
ଆମ ଭାରତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଅନେକ ପ୍ରଜାତିର ଆଦିବାସୀ ଜନଜାତି ରହିଛନ୍ତି।ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାରେ ମଧ୍ୟ ସମସ୍ତ ଉପଖଣ୍ଡ,ବ୍ଲକ,ଗ୍ରାମପଞ୍ଚାୟତ ଓ ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ସଂଗଠନ ପକ୍ଷରୁ କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ସୀମିତ ସଂଖ୍ୟାରେ ଉପସ୍ଥିତ ସଦସ୍ୟ’ଙ୍କ ସହିତ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇ ଯାଇଛି।ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ପାଟ୍ରାମହୁଲପାଣି ଗ୍ରାମ ସ୍ଥିତ ବାବା ତିଲକା ପାଠାଗାର ପରିସରରେ ମୂଳନିବାସୀ ଏକତାମଞ୍ଚ ଓ ପେସା ଗ୍ରାମସଭା ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ସମାରୋହରେ ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ୍ ଓ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ବିଧାୟକ ଖେଲାରାମ ମାହାଲି ଯୋଗଦେଇଥିଲେ।ଉପସ୍ଥିତ ଅତିଥି ଓ ଗଣ୍ୟମାନ ବ୍ୟକ୍ତିମାନେ ପ୍ରଥମେ ଆଦିବାସୀ ବୀର ପୁରୁଷ ଓ ଆଦିବାସୀ,ଦଳିତ ସମାଜର ଉତ୍ଥାନ ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ପୂର୍ବ ପୁରୁଷ’ଙ୍କ ଫୋଟୋ ଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା।ପରେ ମଞ୍ଚାସୀନ ଅତିଥି ଓ ସଭାରେ ଉପସ୍ଥିତ ବ୍ୟକ୍ତି ମାନେ ପୂର୍ବ ପୁରୁଷଙ୍କ ସ୍ମୃତିଚାରଣ କରିବା ସହିତ ବିଶ୍ବ ଆଦିବାସୀ ଦିବସ ପାଳନର ଉଦ୍ଧେଶ୍ୟ ଓ ଦେଶ ତଥା ରାଜ୍ୟରେ ଆଦିବାସୀଙ୍କ ସ୍ତିଥି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।ଆୟୋଜକ ଭାବେ କାନାରା ବ୍ୟାଙ୍କ ଗିଦିଘାଟୀ ଶାଖା ପ୍ରବନ୍ଧକ ରଜତ କୁମାର ସୋରେନ୍,ମୂଳନୀବାସୀ ଏକତାମଞ୍ଚ ଅଧ୍ୟକ୍ଷ ରାମଚନ୍ଦ୍ର ହେମ୍ବ୍ରମ ଓ ମୂଳନିବାସୀ ଏକତାମଞ୍ଚ ବହଳଦା ବ୍ଲକ ସଂଯୋଜକ ପିତାମ୍ବର ମୁର୍ମୁଁ ପେସା ଗ୍ରାମସଭା ସଂଗଠନର ବହଳଦା ବ୍ଲକ ସଂଯୋଜକ ବସନ୍ତ ସାଣ୍ଡିଲ ଓ ବାବାତିଲକା ପାଠାଗାର ପ୍ରତିଷ୍ଠାତା ରାମଦାଶ ମୁର୍ମୁ’ଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲାବେଳେ ସଭାରେ ପାଳସା ପିଳ୍ ପାରଗାନା ଭାଗୀରଥି ହାଁସଦାଃ ଓ କାଙ୍କି ସରପଞ୍ଚ ଭଗାନ ମୁର୍ମୁ’ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।


