ଟିପର ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ
ଜୟପୁର ,(ଓ୍ବାଇଏନ୍ଏସ୍):କୋରାପୁଟ ଜିଲ୍ଲା ଲମତାପୁଟ ଅଞ୍ଚଳରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଏହି ଗଞ୍ଜେଇ ଜବତ ହୋଇଛି। ବଡପଡା ଘାଟି ନିକଟରେ ଲମତାପୁଟ ପୋଲିସ ପେଟ୍ରୋଲିଂ କରି ଗାଡି ଯାଞ୍ଚ କରୁ ଥିବା ସମୟରେ ଶଗର ଅଞ୍ଚଳରୁ ଏକ ଦ୍ରୁତ ଗତିରେ ଆସୁଥିବା ଟିପରକୁ ଅଟକାଇ ପାଇଁ ଚେଷ୍ଟା କରିଥିଲେ। ହେଲେ ଗାଡି ଛାଡି ଚମ୍ପଟ ମାରିଥିଲେ ଡ୍ରାଇଭର ଆଉ ହେଲପର । ଟିପରକୁ ତନ ତନ କରି ଯାଞ୍ଚ କରିବାରୁ ଡାଲାର ଉପର ଭାଗରେ ସ୍ଵତନ୍ତ୍ର ଚାମ୍ବରରେ ବିପୁଳ ପରିମାଣ ଗଞ୍ଜେଇ ଥିଲା। ଏହି ଟିପରରେ ପ୍ରାୟ ୩ କ୍ବାଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି|


